ବରଗଡ଼ – କଳିଯୁଗର କୁଳାଙ୍ଗାର ପୁଅର ମାଡ଼ ଆଉ ଅତ୍ୟାଚାର ରୁ ସୁରକ୍ଷା ପାଇଁ ବୃଦ୍ଧା ବାପାଙ୍କ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ। ପୁଅ ଜନ୍ମ ହେବା ପରେ ପୁଅକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ । ସବୁ ବାପା ମାଁ ଙ୍କ ଭଳି ନିଜ ବୃଦ୍ଧକାଳରେ ପୁତ୍ରସେବା ପାଇବାକୁ ଆଶା ରଖିଥିଲେ ଏହି ବୃଦ୍ଧା ବାପା ମାଆ । ହେଲେ ବଡ଼ ହୋଇ ବାପା ମାଆଙ୍କୁ ନୃଶଂସ ଭଳି ମାଡମାରୁଛନ୍ତି ଦୁଇ ଚାକିରିଆ ପୁଅ । ଅତ୍ୟାଚାର ସହିନପାରି ମାଆ ଆଖିବୁଜି ଥିବା ବେଳେ ବୟସର ଅପରାହ୍ନରେ ପୁଅର ଅତ୍ୟାଚାର ବିଷୟରେ ଅଭିଯୋଗ କରିବା ପାଇଁ ଗୋଟିଏ କାର୍ଯ୍ୟାଳରୁ ଆଉ ଗୋଟେ କାର୍ଯ୍ୟାଳୟଙ୍କୁ ଯାଇ ଧଇଁ ସଇଁ ହେଉଛନ୍ତି ବୃଦ୍ଧ ବାପା ।
ସୂଚନା ଅନୁଯାୟୀ ବରଗଡ଼ ସିବାନନ୍ଦ ନଗରରେ ବସବାସ କରୁଥିବା ୮୨ବର୍ଷୀୟ ଶ୍ରୀ ନବୀନ ମହାପାତ୍ର ତାଙ୍କର ଦୁଇ ସରକାରୀ ଚାକିରିଆ ପୁଅ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବଡ ପୁଅ ରମାକାନ୍ତ ମହାପାତ୍ର ବରଗଡ଼ ପୋଲିସ ୱାର୍ଲେସ ବିଭାଗରେ ଚାକିରୀ କରୁଥିବା ବେଳେ ସାନ ପୁଅ ଉମାକାନ୍ତ ମହାପାତ୍ର ବରଗଡ଼ ହାଟପଦା ସ୍ଥିତ ସରକାରୀ ପ୍ରାଇମେରୀ ବିଦ୍ୟାଳୟରେ ଶିକ୍ଷକ ଭାବରେ ଚାକିରୀ କରୁଛନ୍ତି ଦୁଇ ପୁଅ ଜମି ବାଡ଼ି ଟିକକ ପାଇବା ପାଇଁ ବୃଦ୍ଧା ଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ମାଡ଼ ମାରି ଘରୁ ତଡି ଦେଇଛନ୍ତି ଏପରିକି ଖାଇବାରେ ବିଷ ମିଶାଇବା ସହିତ ବାପାଙ୍କ ନାମରେ କୋର୍ଟ ରେ କେଶ ଦାୟର କରାଇଛନ୍ତି ।
ଆଜି ବୟସର ଅପରାହ୍ନରେ ୮୨ବର୍ଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖି ଆମେ ତାଙ୍କର ଅସୁବିଧା ସମ୍ପର୍କରେ ବୁଝିଥିଲୁ ଓ ଜନ୍ମ କଲା ପୁଅ ମାନଙ୍କ ଅତ୍ୟାଚାର ବିଷୟରେ କହିଲା ବେଳକୁ ତାଙ୍କର ଆଖିରୁ ପାଣି ଥପ ଥପ ହୋଇ ଗୋଡି ଯାଉଥିଲା । ଶ୍ରୀ ନବୀନ ବାବୁ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଅଟନ୍ତି । ତାଙ୍କର ଦୁଇ ପୁଅ ସାଙ୍ଗକୁ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ଛୋଟିଆ ପରିବାର ହେଲେ ଗତ ଏକ ବର୍ଷ ପୂର୍ବରୁ ବଡ଼ ଝିଅଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ପକ୍ଷ୍ୟାଘାତ ରୋଗର ଶିକାର ହୋଇ ସ୍ତ୍ରୀ ମଧ୍ୟ ଅରୋପାରିକୁ ଚାଲିଗଲେ ।
ସ୍ତ୍ରୀ ଜୀବୀତ ଥିବା ବେଳେ ତାଙ୍କର ଚିକିତ୍ସା ବାବଦକୁ କିଛି ବୁଝୁନଥିବା ଦୁଇ ଚାକିରିଆ ପୁଅ ଏବେ ୮୨ବର୍ଷର ବୃଦ୍ଧ ବାପାଙ୍କୁ ମଧ୍ୟ ଅକଥନୀୟ ଅତ୍ୟାଚାର କରୁଛନ୍ତି । ଚାକିରୀ ଜୀବନରେ ଯାହା କିଛି ସମ୍ପତି ଅର୍ଜନ କରିଥିଲେ ସବୁତକ ଦୁଇ ପୁଅ ମଧ୍ୟରେ ସମ ପରିମାଣରେ ବଣ୍ଟନ କରିଦେଇଛନ୍ତି ବଳକା ଏକ ଖଣ୍ଡ ଜମିକୁ ନିଜ ସାନ ଝିଅ ନାମରେ ରେଜିଷ୍ଟ୍ରି କରିବାରୁ ଦୁଇ ପୁଅ ଙ୍କ ହଜମ ହୋଇନଥିଲା ।
ବୃଦ୍ଧା ବାପାଙ୍କୁ ହଇରାଣ କରିବା ସହିତ ମାଡ଼ ମାରିବା, ସ୍କୁଟର ତେଲ ଟାଙ୍କିରେ ଚିନି ବା ପୁଡା ମୋବିଲ ମିଶାଇଦେବା , ବୃଦ୍ଧା ବାପା ଦେଖୁଥିବା ଟେଲିଭିଜନ କୁ ଭାଙ୍ଗିଦେବା , ତାଙ୍କର ଶ୍ରବଣ ଯନ୍ତ୍ରକୁ ନଷ୍ଟ କରିଦେବା ସହିତ ଶେଷରେ ଖାଇବାରେ ବିଷ ମିଶାଇ ମାରିଦେବାକୁ ଉଭୟ ପୁଅ ଉଦ୍ୟମ କରିଥିଲେ ଯାହା ଫଳରେ ସେ ଚିକିତ୍ସାଲୟରେ ଭର୍ତି ହୋଇଥିଲେ । ଜୀବନ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିବା ପରେ ବର୍ତମାନ ନ୍ୟାୟ ପାଇବା ଉଦ୍ଧେଶ୍ୟରେ ଶ୍ରୀ ନବୀନ ବାର ଦ୍ୱାର ଶୁଣ୍ଢି ପିଣ୍ଡ। ସାଜିଛନ୍ତି ।
ବଡ଼ ପୁଅ ରମାକାନ୍ତ ପୋଲିସ ବିଭାଗରେ ଚାକିରୀ କରୁଥିବାରୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ବାବୁ ଅଭିଯୋଗ ଗ୍ରହଣ କରୁନାହାନ୍ତି ଅନ୍ୟପଟେ ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ରାଷ୍ଟ୍ରପତି ଯାଏ ଡାକ ମାଧ୍ୟମରେ ଅଭିଯୋଗ ପତ୍ର ପଠାଇ ଏକ ପ୍ରକାର ନିରାଶ ହେବା ସହିତ ସରକାରଙ୍କ ନ୍ୟାୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ବୃଦ୍ଧା ବାପା ମାଙ୍କୁ ନିର୍ଯ୍ୟାତନା ଦେଲେ ବା ଘରୁ ବିତାଡିତ କଲେ ପୁଅ ବହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘୋଷଣା କରିଥିଲେ ମଧ୍ୟ ବରଗଡ଼ ଜିଲ୍ଲା ପ୍ରଶାସନ ସ୍ତରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଏ ବାବଦକୁ ତାଙ୍କ ସାନ ପୁଅ ଉମାକାନ୍ତ ଙ୍କ ଆଲୋଚନା କରିବାରୁ ସବୁ ତଥ୍ୟ ମିଥ୍ୟା ତଥା ଭିତ୍ତିହୀନ ବୋଲି କହିଛନ୍ତି ।