Saturday, March 7, 2026
Homeଅଘଟଣଜମିଜମା ମାମଲାରେ ଭାଇ ହାତରେ ଭାଇର ମୃତ୍ଯୁ ।

ଜମିଜମା ମାମଲାରେ ଭାଇ ହାତରେ ଭାଇର ମୃତ୍ଯୁ ।

ବରପାଲି-ବରପାଲି ବ୍ଲକ ମହୁଲପାଲି ଗ୍ରାମରେ ଗତ ବିଳମ୍ବିତ ରାତ୍ର ସମୟରେ ସାନଭାଇ ହାତରେ ବଡ ଭାଇର ମୃତ୍ଯୁ ହୋଇଯାଇଛି। ମୄତକ ବିବିଧ ଗଣିତ (୪୦) ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପଛପଟେ ଶୋଇଥିବା ଅବସ୍ଥାରେ ମୁଣ୍ତ ପାର୍ଶ୍ଵରେ ଅଭିଯୁକ୍ତ ସାନଭାଇ ଛାୟାକାନ୍ତ ଗଣିତ (୩୫) କାଠଫାଳିଆରେ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ବିବିଧର ମୃତ୍ଯୁ ହୋଇଥିବା ଜଣାପଢିଥିଲା। ପଡୋଶିଙ୍କ କହିବା ଅନୁଯାୟୀ ପୁର୍ବରୁ ନିଜ ପୈତୃକ ଜମି ବିକ୍ରି ଲେଣଦେଣକୁ ନେଇ ଦୁଇ ଭାଇଙ୍କ ମଧ୍ଯରେ ବହୁବାର ଟଣାଟଣି ଲାଗି ରହିଥିଲା।

ପୁର୍ବ ରାଗକୁ ନେଇ ଅଭିଯୁକ୍ତ ସୁବିଧା ସୂଯୋଗ ପାଇ ଏହି କାଣ୍ତ ଭିଆଇଥିବା ଜଣାପଡିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଭିଯୁକ୍ତ ଛାୟାକାନ୍ତକୁ ଗିରଫ କରି ପଚରାଉଚୁରା ଜାରି ରଖିଛି। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ପହଞ୍ଚି ସନ୍ଧେହଜନିତ ଦ୍ରବ୍ଯ ସଂଗ୍ରହ କରିବା ସହ ପରିକ୍ଷାନିରିକ୍ଷା କରିବାକୁ ପରିକ୍ଷାଗାରକୁ ପଠାଇଥିଲା। ପୋଲିସ ଏକ ହତ୍ଯାକାଣ୍ତ ଜନିତ ମାମଲା ରୁଜୁ କରିବା ସହ ଅନୁସନ୍ଧାନକୁ ଗୁରୁତ୍ବ ଦେଉଥିବା ଜଣାପଡିଥିଲା।

error: Content is protected !!