Saturday, March 7, 2026
Homeରାଜ୍ୟଜମଲା ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ।

ଜମଲା ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରୋଗୀ କଲ୍ଯାଣ ସମିତିର ଏକ ବୈଠକ ସମିତିର ସଭାପତି ତଥା ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଡ. ଆଦିତ୍ୟ ଭୋଇ ରୋଗୀ କଲ୍ୟାଣ ସମିତିର ଉଦ୍ଦେଶ୍ୟ ବିଷୟରେ ଜଣାଇବା ସହ ଡାକ୍ତରଖାନାର ବିଭିନ୍ନ ଆନୁସଙ୍ଗିକ ସ୍ୱାସ୍ଥ୍ୟ ସେବା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଏହା ସହିତ ୨୦୨୩ – ୨୪ ଆର୍ଥିକ ବର୍ଷରେ କଲ୍ଯାଣ କଳ୍ପ ପୁରସ୍କୃତ ହୋଇଥିବାରୁ ଏକଲକ୍ଷ ଟଙ୍କା ପ୍ରାପ୍ତ ହୋଇଥିଲା।ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଶେଖ୍ ୱାସିମ୍ ରାଜା ରୋଗୀ କଲ୍ଯାଣ ସମିତିର ରୋଗୀ ସେବା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ।ପରେ ବିଧାୟିକା ଅନ୍ତର୍ବିଭାଗ, ବହିର୍ବିଭାଗ ଓ ଔଷଧ ବିଭାଗକୁ ପରିଦର୍ଶନ କରିଥିଲେ। ଏହି ବୈଠକରେ ରୋଗୀ କଲ୍ୟାଣ ସମିତିର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।

error: Content is protected !!