Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜମଲା ଦୁର୍ଗାପୂଜା ରାବଣ ଦରବାର ପାଇଁ କଳାକାର ବରଣ ।

ଜମଲା ଦୁର୍ଗାପୂଜା ରାବଣ ଦରବାର ପାଇଁ କଳାକାର ବରଣ ।

ପଦ୍ମପୁର-ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ଗ୍ରାମ ରେ ହେବାକୁ ଥିବା ୪୯ ତମ ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବର ରାବଣ ଦରବାର କାର୍ଯ୍ୟକ୍ରମ ପାଇଁ କଳାକାର ବରଣ ଜମଲା ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ସଭାପତି ତୁଳାରାମ ବେହେରା,ସମ୍ପାଦକ ଗଣେଶ ଭୋଇ ଓ କୋଷାଧ୍ୟକ୍ଷ କହ୍ନେଇ ପଧାନଙ୍କ ଉପସ୍ଥିତିରେ ପାରମ୍ପରିକ ରୀତି ନୀତି ଅନୁସାରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ରଂଗମଞ୍ଚ କଳାକାର ଆର୍ତ୍ତତ୍ରାଣ ସୁନାନିଙ୍କୁ ରାବଣ ଭୂମିକା ପାଇଁ ଏବଂ ରାମ, ଲକ୍ଷ୍ମଣ, ହନୁମାନ ଇତ୍ୟାଦି ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ଯାଉଥିବା କଳାକାର ମାନଙ୍କୁ ବରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

error: Content is protected !!