Sunday, March 8, 2026
Homeରାଜ୍ୟଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ।

ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ।

ପଦ୍ମପୁର-ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେବାପାଇଁ ଆହ୍ବାନ ଦେଇଥିଲେ। ମାଁ, ମାତୃଭୂମି ଓ ମାତୃଭାଷାର ସମ୍ମାନକୁ ବଜାୟ ରଖି ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇ, ଆମ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବାପୁଜୀ, ସୁଭାଷ ଚନ୍ଦ୍ର ବୋଷ,ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ,ଵାଲଗଙ୍ଗାଧର ତିଲକ ପ୍ରମୁଖଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉଦ୍ଵୋଧନ ଦେଇଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ କୁଞ୍ଜରାଜ ବରିହା, ଲୋକନାଥ ସାହୁ, ଦଶରଥ ବରିହା, ହାରାଧନ ସାହୁ, କୈଳାସ କାରେ,ଜଳଧର ବିଶ୍ବାଳ, ,ଅନ୍ତର୍ଯାମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନଵମ ଶ୍ରେଣୀ ଛାତ୍ରୀ ଶିକ୍ଷାୟିନୀ ସାହୁଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ପ୍ୟାରେଡରେ ଯୋଗଦେଇ ଜାତୀୟ ପତାକା କୁ ଅଭିବାଦନ କରିଥିଲେ। ସ୍ବାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ରୂପଧର ନାୟକ,କୂଳମଣୀ ପ୍ରଧାନ, ହେମାନନ୍ଦ ଚୁହାନ୍, ନରୋତ୍ତମ ସେଠ୍, ଭୀଷ୍ମଦେଵ ବାରିକ, ସାନନ୍ଦ ମହାନନ୍ଦ, ଘନଶ୍ୟାମ ସାହୁ, ସୁରେଶ ସାହୁ,ଵୈଷ୍ନଵ ସୁନା,ଦିବ୍ୟାରାଣୀ ନାଗ, ସନ୍ଧ୍ୟା ରାଣୀ ବେହେରାଓ ଉପେନ୍ଦ୍ର ସାହୁ ସହଯୋଗ କରିଥିଲେ ।

error: Content is protected !!