Sunday, March 8, 2026
Homeରାଜ୍ୟଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ପଦ୍ମପୁର – ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେବାପାଇଁ ଆହ୍ବାନ ଦେଇଥିଲେ। ମାଁ, ମାତୃଭୂମି ଓ ମାତୃଭାଷାର ସମ୍ମାନକୁ ବଜାୟ ରଖି ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇ, ଆମ ପବିତ୍ର ସମ୍ବିଧାନର ସାର୍ବଭୌମତ୍ୱ ପ୍ରତି ଅନୁରକ୍ତ ହେବାକୁ ପ୍ରବର୍ତ୍ତାଇ ଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ କୁଞ୍ଜରାଜ ବରିହା, ଲୋକନାଥ ସାହୁ, ଦଶରଥ ବରିହା, ହାରାଧନ ସାହୁ, କୈଳାସ କାରେ,ଜଳଧର ବିଶ୍ବାଳ, କୃପାସିନ୍ଧୁ ବିଶ୍ଵାଳ,ଅନ୍ତର୍ଯାମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଦଶମ ଶ୍ରେଣୀ ଛାତ୍ରୀ ସୋହାନୀ ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ପ୍ୟାରେଡରେ ଯୋଗଦେଇ ଜାତୀୟ ପତାକାକୁ ଅଭିବାଦନ କରିଥିଲେ। ଗଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରୂପଧର ନାୟକ, କୁଳମଣୀ ପ୍ରଧାନ, ହେମାନନ୍ଦ ଚୁହାନ୍, ନରୋତ୍ତମ ସେଠ୍, ଭୀଷ୍ମଦେଵ ବାରିକ, ସାନନ୍ଦ ମହାନନ୍ଦ, ଘନଶ୍ୟାମ ସାହୁ, ସୁରେଶ ସାହୁ,ଵୈଷ୍ନଵ ସୁନା,ଦିବ୍ୟାରାଣୀ ନାଗ, ଉପେନ୍ଦ୍ର ସାହୁ ସହଯୋଗ କରିଥିଲେ ।

error: Content is protected !!