Saturday, March 7, 2026
Homeରାଜ୍ୟଜନ୍ମ ଦିନରେ ରକ୍ତ ଦାନ ଶିବିର,୫୧ୟୁନିଟ୍ ରକ୍ତ ସଂଗୃହୀତ ।

ଜନ୍ମ ଦିନରେ ରକ୍ତ ଦାନ ଶିବିର,୫୧ୟୁନିଟ୍ ରକ୍ତ ସଂଗୃହୀତ ।

ବରଗଡ଼-ବରଗଡ଼ ବ୍ଲକ ଅନ୍ତର୍ଗତ ଚକର କେନ୍ଦ ଠାରେ ଥିବା ବାଲଗୋପାଲ ଫୁଡ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ଗିରଧର ଅଗ୍ରୱାଲ ତାଙ୍କ ଝିଅ ନୀତିଙ୍କ ଜନ୍ମ ଦିନ ପାଳନ ଅବସରରେ ବାଲଗୋପାଲ କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରକୁ ବାଲଗୋପାଲ ଗ୍ରୁପର ମାଲିକ ରବୀନ୍ଦ୍ର ଅଗ୍ରୱାଲ, ଗିରଧର ଅଗ୍ରୱାଲ, ସନ୍ଧ୍ୟା ଅଗ୍ରୱାଲ ଓ ନୀତି ଅଗ୍ରୱାଲ ଫିତା କାଟି ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ଏହି ଶିବିର ରୁ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅନେକ ରକ୍ତ ଦାତା ପ୍ରଥମ ଥର ରକ୍ତ ଦାନ କରି ବେଶ୍ ଖୁସୀ ଅନୁଭବ କରିଥିଲେ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତି ରେ ଆଜି ସଂଗୃହୀତ ରକ୍ତ ରେ ଅନେକ ଗରିବ ରୋଗୀ ଉପକୃତ ହେବେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ବାଲଗୋପାଲ ଗ୍ରୁପ କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଠିକ୍ ସେହିପରି ବାଲଗୋପାଲ ଗ୍ରୁପ ତରଫରୁ ନିଷ୍ଠା ପରିବାର ଓ ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର ରେ ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ଶୁଭେଛୁ,ସହଯୋଗୀ ଓ ବାଲଗୋପାଲ ଗ୍ରୁପ ର ମାଲିକ ସମସ୍ତ କର୍ମଚାରୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ନୀତି କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଛା ଓ ଶୁଭକାମନା। ଏହି ଶିବିର କୁ ବାଲଗୋପାଲ ର ଏଚ ଆର ହରିପ୍ରୀୟ ରଥ ନିଷ୍ଠା ପରିବାର ର ଉପଦେଷ୍ଟା ଉତ୍ତମ ଦାଶ, ଜିତୁ ମହାପାତ୍ର, ଅଶ୍ୱିନୀ ତ୍ରିପାଠୀ, ସଙ୍କେତ ଆଠଘରା, ତ୍ରିପୁରା ସୁହୁଲା ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।

error: Content is protected !!