Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜନ୍ମାଷ୍ଟମୀ ଅବସରରେ ଶିକ୍ଷକ ଏକାଦଶ ପକ୍ଷରୁ ପୌରାଣିକ କୁଇଜ୍ ପ୍ରତିଯୋଗିତା।

ଜନ୍ମାଷ୍ଟମୀ ଅବସରରେ ଶିକ୍ଷକ ଏକାଦଶ ପକ୍ଷରୁ ପୌରାଣିକ କୁଇଜ୍ ପ୍ରତିଯୋଗିତା।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଦର୍ବେକେଲା ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶିକ୍ଷକ ଏକାଦଶ ପଦମପୁର ତରଫରୁ ଏକ ପୌରାଣିକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଗାଁର ବିଶିଷ୍ଟ ବ୍ୟକ୍ତି ଭକ୍ତବନ୍ଧୁ ସାହୁ, କୈଳାସ ପୁଞ୍ଜି ଓ ଧନୁ ଭୋଇ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିକ୍ଷକ ଏକାଦଶ ପଦମପୁର ତରଫରୁ ନରେନ୍ଦ୍ର ପ୍ରଧାନ, କିଶୋର ପାତ୍ର, ବିରେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ବଡ଼ଗୁଛିଆ, ମୋହନ ଭୁଏ ଆଦି ପ୍ରଶ୍ନ କରିଥିଲେ।

ଗ୍ରାମର ଆବାଳବୃଦ୍ଧବନିତା ସକ୍ରିୟ ଅଂଶଗ୍ରହଣ କରି ପ୍ରଶ୍ନ ଗୁଡି଼କର ଉତ୍ତର ଦେଇଥିଲେ। ମଝିରେ ମଝିରେ ଶ୍ରୀକୃଷ୍ଣ ଭଜନ ଗାନ କରାଯାଉଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ହରେକୃଷ୍ଣ ଥପା, ଦିନେଶ, ମାନସ ସହଯୋଗ କରିଥିବା ବେଳେ ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!