Saturday, March 7, 2026
Homeରାଜନୀତିଜନ୍ମଭୂମିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ପ୍ରଦୀପ ପୁରୋହିତ ।

ଜନ୍ମଭୂମିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ପ୍ରଦୀପ ପୁରୋହିତ ।

ବରଗଡ଼-“ଜନନୀ ଜନ୍ମଭୂମିଶ୍ଚଃ ସ୍ବର୍ଗାଦପି ଗରିୟଶୀ” ଏ କଥାକୁ ସ୍ପଷ୍ଟ ପ୍ରମାଣିତ କରିଛନ୍ତି ପ୍ରଦୀପ ପୁରୋହିତ। ଭାରତୀୟ ଜନତା ପାର୍ଟି ତରଫରୁ ବରଗଡ ଲୋକସଭା ଆସନ ପାଇଁ ପ୍ରଦୀପ ପୁରୋହିତ ଙ୍କ ନାମ ଘୋଷଣା ହେବାପରେ ନିଜ ଜନ୍ମଭୂମି ଗାଇସିଲେଟ ରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସର୍ବପ୍ରଥମେ ସେ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହ ଦର୍ଶନ କରି ନିର୍ବାଚନ ରଣାଙ୍ଗନରେ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ । ଗାଇସିଲେଟ ଗ୍ରାମବାସୀ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଉପଢୌକନ, ପୁଷ୍ପଗୁଚ୍ଛ , ପୁଷ୍ପମାଲ୍ଯ ଦେଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଏହି ପ୍ରଚାର ସମୟରେ ଗାଇସିଲେଟ ର ଜିଲ୍ଲା ପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହୀ, ମଣ୍ଡଳ ସଭାପତି ଆନନ୍ଦ ମଟାରୀ, ବିପିନ ବିହାରୀ ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ମଦନ ଦୀପ୍,ଘନଶ୍ୟାମ ସାହୁ,ପ୍ରବୀର ପାଣିଗ୍ରାହୀ,ବିନାୟକ ଗୁରୁ,ଝସକେତନ ସାହୁ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ସହିତ ମାଆ ମାଉସୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରଚାର ସମୟରେ ଗ୍ରାମବାସୀଙ୍କ ମନରେ ବେଶ୍ ହର୍ଷ, ଉଲ୍ଲାସ ଦେଖିବାକୁ ମିଳିଥିଲା।

error: Content is protected !!