ଗାଇସିଲେଟ-ଗାଇସିଲେଟ ବ୍ଳକର ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜଗଲପାଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହାର ପ୍ରଥମ ଅଧିବେଶନରେ ବ୍ଳକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜିବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗାଇସିଲେଟ ବିଇଓ ରାମଲାଲ ବରିହା,ଏବିଇଓ ଜୟ କୁମାର ସାହୁ, ଶିକ୍ଷା ବିତ ସରୋଜ କୁମାର ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ବନାଥ ବେହେରା, ଜଗଲପାଟ ସରପଞ୍ଚ ରାଧାକାନ୍ତ ବୁଡେକ , ସମିତି ସଭ୍ୟ ଜିନ୍ଦା ଭୋଇ, ବିଧାୟକ ପ୍ରତିନିଧି ନନ୍ଦିଘୋଷ ମହାକୁଡ଼ ,ପେକ୍ସ ସମ୍ପାଦକ ଦିଲ୍ଲୀପ ପ୍ରଧାନ, ସମାଜସେବୀ ଇନ୍ଦ୍ର କୁମାର ପ୍ରଧାନ ଓ ପୂର୍ଣ୍ଣାନନ୍ଦ ବାରିକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ।

ଅତିଥିବୃନ୍ଦ ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତି ହେବାସହ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସମାରୋହର ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଥା ଅନୀଲ କୁମାର ବେହେରା, ହେମନ୍ତ କୁମାର ସାହୁ, ମୋହନ ରଣା,ଉକିଲ ପାଣ୍ଡେ , ସୁଦର୍ଶନ ବାରିକ,ଡୋଲାମଣି ତରିଆ ,ପ୍ରଶାନ୍ତ କୁମାର ହୋତା, ଗୁଣନିଧି ଛତର ତଥା ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ଅମୂଲ୍ୟ ଯୋଷୀ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ମୋହନ ପାତ୍ର, ଗୋଲେଖ ବାଗ ,ପହିଲମାନ ସାହୁ, ହରିହର ମାଝୀ, ତ୍ରିଲୋଚନ ବେହେରା, ଚିତ୍ରସେନ ବାରିକ ପ୍ରମୁଖ ଶିକ୍ଷକ କର୍ମଚାରୀ ସହଯୋଗିତା କରିଥିବା ବେଳେ ସାଇନିଂ ଷ୍ଟାର ସ୍ମୃତିରେଖା ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

