Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ପଣ୍ଡିତ ଜବାହାରଲାଲ ନେହେରୁ ଜୟନ୍ତୀ ପାଳିତ।

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ପଣ୍ଡିତ ଜବାହାରଲାଲ ନେହେରୁ ଜୟନ୍ତୀ ପାଳିତ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସହକାରୀ ଅଧ୍ୟକ୍ଷ ଓଡ଼ିଆ ବିଭାଗ ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଅଧ୍ୟାପିକା ପିଙ୍କି ବାରିକଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଚାଚା ନେହେରୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ ସହ ତାଙ୍କର ଆଦର୍ଶ ବାଦିତା ଉପରେ ଛାତ୍ରୀମାନଙ୍କୁ ତଥ୍ଯ ପ୍ରଦାନ କରିଥିଲେ। ହିନ୍ଦୀ ବିଭାଗ ଅଧ୍ୟାପକ ନେପାଲ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥଲେ। ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ ସମୁହ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ। ପରେ ଛାତ୍ରୀ ମାନଙ୍କୁ ନେଇ ଏକ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

error: Content is protected !!