ବରପାଲି-ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାଶ ମହିଳା କଲେଜ ପରିସରରେ ରକ୍ତବର୍ଗ ଚିହ୍ନଟ ଏବଂ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ପୁର୍ବାହ୍ନରେ ମହାବିଦ୍ଯାଳୟ ପ୍ରତିଷ୍ଠାତା ଅର୍ନ୍ତଯାମୀ ପଣ୍ତା ଶିବିରକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ଅଧ୍ଯକ୍ଷା ପଦ୍ମିନୀ ଦାଶଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।
ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଓ ଶ୍ରୀରାମ ପାଥୋ କ୍କିନିକ ସହାୟତାରେ ଶିବିର ପରିଚାଳିତ ହୋଇଥିଲା। ଅଞ୍ଚଳର ଛାତ୍ରଛାତ୍ରି ମାନଙ୍କ ସମେତ ବରିଷ୍ଠ ବୟଷ୍କା ଯୁବକଯୁବତୀ ଶିବିରରେ ପହଞ୍ଚି ସହଯୋଗ ପ୍ରାପ୍ତ କରିଥିଲେ।