Saturday, March 7, 2026
Homeଖେଳଜଗଦଳପୁର ପ୍ରିମିୟମ ଲିଗ ପାଇଁ ଖେଳାଳି ଚୟନ ।

ଜଗଦଳପୁର ପ୍ରିମିୟମ ଲିଗ ପାଇଁ ଖେଳାଳି ଚୟନ ।

ପଦ୍ମପୁର– ପଦ୍ମପୁର ଉପଖଣ୍ଡ ଜଗଦଳପୁର ଠାରେ ପ୍ରଥମ ଜଗଦଳପୁର ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ସଭାପତି ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବନମାଳୀ ରାଉତିଆ ସମୁର୍ଣ୍ଣ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି କ୍ରିଷ୍ଣ ପଟେଲ ଅତିଥି ପରିଚୟ କରିଥିଲେ l ଏହି କ୍ରିକେଟ ଟୁର୍ନାମେଣ୍ଟ ନଭେମ୍ବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ଆଜିର ନିଲାମ ପ୍ରକ୍ରିୟାରେ ଓଡିଶା ତଥା ଛତିଶଗଡ ରୁ ଦଶ ଜଣ ମାଲିକ ଭାଗ ନେଇଥିଲେ ।

ସର୍ବ ମୋଟ ୧୨୦ ଜଣ ଖେଳାଲି ନିଲାମ ହୋଇଥିଲେ ଏବଂ ପ୍ରତ୍ୟକ ଦଳରେ 3 ଜଣ ଖେଳାଲି ମାଲିକ ପ୍ରୟୋଜିତ ଥିଲେ । ଆଗାମୀ ଦିନରେ ଜଗଦଳପୁର ଅଞ୍ଚଳ କ୍ରିକେଟର ପେଣ୍ଠସ୍ଥଳ ହେବା ସହିତ ସେହି ଅଞ୍ଚଳର ଖେଳାଡ଼ି ମାନେ କିପରି ସମଗ୍ର ଓଡିଶା ତଥା ବାହାରେ ନିଜର ପ୍ରତିଭା ଦେଖେଇ ପାରିବେ ସେ ବିଷୟରେ ସଭାପତି ପଣ୍ଡା ଆଲୋକପାତ କରିଥିଲେ । ଅଧ୍ୟାପକ ମନୋହର ସାହୁ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଦୁଃଖନାଶନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ କିରଣ,ବସନ୍ତ, ତାପସ ସିଂ, ଅମର, କମଲେଶ,ଚନ୍ଦନ, ଛୋଟୁ, କର୍ଣ୍ଣ, ସମୀର, ଅଜୟ, ଅଜିତ, ତରଣୀ,ମଣ୍ଟୁ, ସୋନୁ, ଯଶ,ବସନ୍ତ ପଟେଲ ପ୍ରମୁଖ ସାହାଯ୍ୟ କରିଥିଲେ l

error: Content is protected !!