ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଜଗଦଳପୁର କ୍ରିୟାନୁଷ୍ଠାନ କମିଟିର ବୈଠକ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ଠାରେ ମର୍ଶରାଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ବ୍ଲକ ଏବଂ ଜଗଦଳପୁର ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇବା ପାଇଁ ଥିବା ସମସ୍ତ ଯୋଗ୍ୟତା ବିଷୟରେ ଅବଗତ କରିଥିବା ବେଳେ, ମଦନ ମୋହନ ପଟେଲ, ଆମୋଦ ପଟେଲ, ଜଗଦଳପୁର ସରପଞ୍ଚ ଗୋବର୍ଦ୍ଧନ ନାଏକ, ତୁଳସୀରାମ ପଟେଲ ଏବଂ ଗୋପବନ୍ଧୁ ସାହୁ ଆଗାମୀ ପନ୍ଥା ଏବଂ ଦରକାର ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲେ l ଶେଷରେ ଅଭ୍ୟନ୍ତରୀଣ ସମ୍ପାଦକ ହରେକୃଷ୍ଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଖପାଖ ଛଅ ଗୋଟି ପଞ୍ଚାୟତରୁ ଶତାଧିକ ଜନସାଧାରଣ ଯୋଗଦାନ କରିଥିଲେ l



