ପାଇକମାଲ -ଛେତଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣଡିହି ଉଚ୍ଚ ପାଥମିକ ବିଦ୍ଯାଳୟ ରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ମହାଦେବ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ ଘାଟନୀ ସଭାରେ ସି ଆର ସିସି ନିରଞ୍ଜନ ହରିଜନ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ବିଷୟରେ କହିଥିବା ବେଳେ ମୁଖ୍ଯ ଅତିଥି ଭାବେ ସରପଂଚ ବନିତା ମହାନନ୍ଦ, ଛେତଙ୍ଗା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ରାଜକୁମାର ସ୍ବାଇଁ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ଭୋଇ ସମୟର ସଦ୍ ବ୍ଯବହାର କରିବା ସହ ନିଜ ଅନ୍ତର୍ନିହିତ ଗୁଣଗୁଡିକୁ ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ।
ଠିକ୍ ସେହିପରି ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ ଯାପନୀ ସଭାରେ ମୁଖ୍ଯ ଅତିଥି ଭାବେ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଚୁଡାମଣି ବାରିକ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ରାଧେଶ୍ଯାମ ମେହେର, ଭୁବନେଶ୍ୱର ପୁର ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଭୀଷ୍ମଦେବ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଡୋଲାମଣି ମାହାର ଯୋଗଦାନ କରିଥିଲେ। ବିଭିନ୍ନ ଦିଗରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିବା ଶିକ୍ଷକ ଭୀଷ୍ମଦେବ ପ୍ରଧାନ, ମହାଦେବ ବେହେରା, ଟିକେଶ୍ବର ପ୍ରଧାନ ତଥା ଘୁଚାପାଲି ବିଦ୍ଯାଳୟର ପାଚିକା ସହାୟିକା ଶାନ୍ତି କଲାରୀ ଓ ସୁକାନ୍ତି କଲାରୀ ଙ୍କୁ ମୁଖ୍ଯ ଅତିଥି ଶ୍ରୀ ଯୁକ୍ତ ବାରିକ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଛେତଙ୍ଗା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ ର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ଯାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗୀତାରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ଡିହି ଗ୍ରାମର ଜନସାଧାରଣଙ୍କ ସହଯୋଗ ବେଶ୍ ପ୍ରଶଂସନୀୟ ହୋଇଥିବା ବେଳେ ଶିକ୍ଷକ ସୁବୋଧ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ। ଶେ୍ତରାମ ବରିହା,ଆଶାଲତା ଭୋଇ,ରାଜୀବ ଶବର,ଭୋଜରାଜ ଭୋଇ,ହରିହର ଭୋଇ ,ମନ୍ଟୁ ଭୋଇ ତଥା ଗାମବାସୀ ସହଯୋଗ କରିଥିଲେ।