Saturday, March 7, 2026
Homeରାଜ୍ୟଛଅ ପ୍ରଜାତିର ପକ୍ଷୀଙ୍କ ହବ ପାଲଟିଛି ଗୁଦେରପାଲି ।

ଛଅ ପ୍ରଜାତିର ପକ୍ଷୀଙ୍କ ହବ ପାଲଟିଛି ଗୁଦେରପାଲି ।

ଗାଇସିଲେଟ(ରିଙ୍କୁ ଦେବତା)-ଗତ ଦଶହରା ମାସ ଠାରୁ ପକ୍ଷୀ ମାନଙ୍କ ଆଗମନ ଛୁଟୁଛି ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁକୁ। ଦୀର୍ଘ ପାଞ୍ଚ ମାସ ହୋଇଯିବ ଗୁଦେରପାଲି ଗାଁର ବଡ ପୋଖରୀ ପାଦ ଦେଶରେ ଥିବା ସରପଞ୍ଚ ରାମଚନ୍ଦ୍ର ପାତ୍ରଙ୍କ ବିଲର ଶାଗୁଆନ ବଗିଚାରେ ପ୍ରାୟ ଛଅ ପ୍ରଜାତିର ପକ୍ଷୀ ମାନ ଦେଖିବାକୁ ମିଲୁଛି।

ସେଗୁଡିକ ହେଲା ବୁଢାବଗ,କୁଦାଲି,ଗାଏଭିଲିଆ,କୁଜି,କେରାଲି,କୁହି ଏବଂ ପାଣିକୁଆଲି । ସଂଧ୍ୟା ସମୟ ହୋଇଗଲେ ପକ୍ଷୀ ମାନଙ୍କ ରାବରେ ଅଞ୍ଚଳ ଚଲଚଞ୍ଚଲ ହୋଇଉଠିଛି। ପକ୍ଷୀ ମାନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟ ସୁଅ ଛୁଟୁଛି।

error: Content is protected !!