Saturday, March 7, 2026
Homeଅଘଟଣଚୋରି ମୋଟରସାଇକେଲ ଜବତ: ଦୁଇ ଅଭିଯୁକ୍ତ ଗିରଫ।

ଚୋରି ମୋଟରସାଇକେଲ ଜବତ: ଦୁଇ ଅଭିଯୁକ୍ତ ଗିରଫ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପଦ୍ମପୁର-ଜଗଦଲପୁର ରାସ୍ତାରୁ ଗତ ଫେବୃଆରୀ ୦୬ ତାରିଖ ଦିନ ଗୋଟିଏ ମୋଟରସାଇକେଲ ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଥିଲା । ପଦ୍ମପୁର ପୋଲିସ ତଦନ୍ତ କରି ଉକ୍ତ ଚୋରି ବାଇକକୁ ଠାବ କରିବାରେ ସଫଳ ହୋଇଛି । ଉକ୍ତ ବାଇକ ଚୋରି ଘଟଣାରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗାନ୍ଧୀପଡାର ୨୫ ବର୍ଷୀୟ ଦୀପକ ସାହୁ ଓ ୨୩ ବର୍ଷୀୟ ମନୋଜ ମହାନନ୍ଦକୁ ଗିରଫ କରିଛି । ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

error: Content is protected !!