Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଚୈତ୍ର ପକ୍ଷ ଶୁକ୍ଲପକ୍ଷ ପ୍ରତିପଦା ମଙ୍ଗଳବାର ଦିନ ଠାରୁ ବନଦୁର୍ଗା ମନ୍ଦିର ଠାରେ ବାସନ୍ତିକ ନବରାତ୍ର...

ଚୈତ୍ର ପକ୍ଷ ଶୁକ୍ଲପକ୍ଷ ପ୍ରତିପଦା ମଙ୍ଗଳବାର ଦିନ ଠାରୁ ବନଦୁର୍ଗା ମନ୍ଦିର ଠାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ ।

ପଦ୍ମପୁର- ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ଆସନ୍ତା ଏପ୍ରିଲ ୦୯ ତାରିଖ ମଙ୍ଗଳବାର ଦିନ ଚୈତ୍ର ପକ୍ଷ ଶୁକ୍ଲପକ୍ଷ ପ୍ରତିପଦା ଲଗ୍ନ ଅନୁସାରେ ଆରମ୍ଭ ହେବ । ସକାଳ ୭ଘ.୩୦ମିନିଟ ସମୟରେ କଳସାଧିବାସ , ଅଙ୍କୁରାରୋପଣ ଓ ବାସନ୍ତିକ ନବ ଦିନାତ୍ମକ ପୂଜାରମ୍ଭ ହେବା ସହ ଅଖଣ୍ଡ ଦୀପ ପ୍ରଜ୍ୱଳନ ଆରମ୍ଭ ହେବ । ଏହି ନବରାତ୍ର ପୂଜା ଆଗାମୀ ଏପ୍ରିଲ ୧୮ ତାରିଖ ଗୁରୁବାର ଦିନ ଚୈତ୍ର ଶୁକ୍ଲପକ୍ଷ ଦଶମୀ ଦିନ ସକାଳ ୯ଘ.୧୦ ମିନିଟ ସମୟରେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହେବ ବୋଲି ପୂଜା କମିଟି ସଭାପତି ପ୍ରଭାତ ନାରାୟଣ ତ୍ରିପାଠୀ ଓ ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ଯେଉଁ ଭକ୍ତ ମାନେ ଅଖଣ୍ଡ ଦୀପ ପ୍ରଜ୍ୱଳନ ପାଇଁ ଇଚ୍ଛୁକ ସେମାନେ ପୂଜା କମିଟି ସହ ଯୋଗାଯୋଗ କରି ନିଜ ମନସ୍କାମନା ପୂର୍ଣ୍ଣ କରି ପାରିବେ । ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଭୋଗର ବ୍ୟବସ୍ଥା ମଧ୍ୟ ରହିଥିବା ପୂଜା କମିଟି ସୂଚନା ଦେଇଛନ୍ତି ।

error: Content is protected !!