Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚେତନା ପରିଷଦ ପଦ୍ମପୁର ପକ୍ଷରୁ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳନ ।

ଚେତନା ପରିଷଦ ପଦ୍ମପୁର ପକ୍ଷରୁ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳନ ।

ପଦ୍ମପୁର-ଚେତନା ପରିଷଦ, ପଦ୍ମପୁର ତରଫରୁ ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ରାଷ୍ଟ୍ରୀୟ ସ୍ଵାଧୀନତାର ପ୍ରତୀକ ଓ ନାରୀ ସାହସର ପ୍ରତୀକ ରାଣୀ ଲକ୍ଷ୍ମୀବାଇଙ୍କ ୨୫୯ତମ ଜୟନ୍ତୀ ଉତ୍ସବ ପୂର୍ବକ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଚେତନା ପରିଷଦ, ପଦ୍ମପୁର ସଭାପତି ଶ୍ରୀଯୁକ୍ତ ହରିଶଙ୍କର ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ଅତିରିକ୍ତ ତହସିଲଦାର ତପସ୍ଵିନୀ କୂଟୃକା , ସମ୍ମାନିତ ଅତିଥି ଭାବରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝୀ ସମ୍ମାନିତ,ଆଇନଜୀବୀ ଶ୍ରୀଯୁକ୍ତ ପ୍ରଶାନ୍ତ ମାଝୀ ,ମୁଖ୍ୟବକ୍ତା ଭାବରେ ଓଡ଼ିଆ ଅଧ୍ୟାପକ ଶ୍ରୀମାନ ଦୁର୍ଗାଶିଷ ପଟ୍ଟନାୟକ ଯୋଗଦେଇ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନ କାହାଣୀ ଓ ତାଙ୍କର ଆତ୍ମତ୍ୟାଗ ଉପରେ ଆଲୋଚନା କରିଥିଲେ ।

ନାରୀ ସଶକ୍ତିକରଣ, ସ୍ଵାଧୀନତା ସଂଗ୍ରାମର ଗୁରୁତ୍ୱ ଓ ରାଷ୍ଟ୍ରପ୍ରେମର ଆବଶ୍ୟକତା ଉପରେ ଅତିଥିମାନେ ମତବ୍ଯକ୍ତ କରିଥିଲେ । ଏହି ଅବସରରେ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା କୁଇଜ ସାଧାରଣ ଜ୍ଞାନ , ସାଂସ୍କୃତିକ କାର୍ଯ୍ୟକ୍ରମ,ରଙ୍ଗୋଲୀ ତଥା ଝୋଟି ପ୍ରତିଯୋଗିତାରେ କୃତକାର୍ଯ୍ୟ ମାନଙ୍କୁ ପ୍ରଶସ୍ତିପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ପଦ୍ମପୁର ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ନାମ କରିଥିବା ସୁଶ୍ରୀ ଦୀପା ବାରିକ, ହିତେଶ କୁମାର ସାହୁ ,କୁନୁ ମହାନନ୍ଦ, ସଂସ୍କୃତି ମହାନ୍ତି ଓ ସୁବାଷ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ମନୋଜ ମହାନ୍ତି, ଭୂପେଶ ସାହୁ, ସୁଧାଂଶୁ ତ୍ରିପାଠୀ, ଗିରିଧାରୀ ସାହୁ, ସୋମ୍ୟରଞ୍ଜନ ଷଡ଼ଙ୍ଗୀ, ଫକୀର ମେହେର, ଅଶୋକ ମିଶ୍ର ଓ ରାକେଶ ସାହୁ କାର୍ଯକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଚେତନା ପରିଷଦର ସମ୍ପାଦକ ଶ୍ରୀ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!