Saturday, March 7, 2026
Homeରାଜ୍ୟଚିର ନିଦ୍ରାରେ ନୂଆପଡ଼ା ଜନସ୍ବାସ୍ଥ୍ୟ ବିଭାଗ:ନିଜ ଖର୍ଚରେ ନଳକୁପ ମରାମତି କଲେ ଗ୍ରାମବାସୀ ।

ଚିର ନିଦ୍ରାରେ ନୂଆପଡ଼ା ଜନସ୍ବାସ୍ଥ୍ୟ ବିଭାଗ:ନିଜ ଖର୍ଚରେ ନଳକୁପ ମରାମତି କଲେ ଗ୍ରାମବାସୀ ।

ନୂଆପଡ଼ା(ଡୋଲେଶ୍ୱର ବାଗ)- ନୂଆପଡା ଜ଼ିଲ୍ଲା ବୋଡ଼େନ ବ୍ଲକ ଵାବେବିର ଗ୍ରାମର ମାର୍କେଟ କମ୍ପ୍ଲେକ୍ସ ପାଖରେ ଖରାପ ହୋଇ ପଡିଥିବା ନଳକୂପ ମରାମତି ପାଇଁ ଗ୍ରାମବାସି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ ମରାମତି ନ ହେବାରୁ ଲୋକମାନେ ଟୋଲ ଫ୍ରି ନମ୍ବରରେ ଅଭିଯୋଗ ବାରମ୍ବାର ଅଭିଯୋଗ କରିବା ଦ୍ୱାରା ଜଣାପଡ଼ିଲା ଯେ କନିଷ୍ଠ ଯନ୍ତ୍ରୀ ମରାମତି ହୋଇ ସାରିଛି ବୋଲି ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ କହିଥିଲେ ହେଲେ ପ୍ରକୃତରେ ମରାମତି ହୋଇ ନଥିଲା ।ଲୋକ ପୁନଃ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାପରେ ଆଜି ନଳକୂପ ମରାମତି ହୋଇଛି ସତ କିନ୍ତୁ ଯେଉଁ ସବୁ ଜିନିଷ ଦରକାର ପଡ଼ିଲା ମରାମତି ପାଇଁ ତାହା ଜନସାଧାରଣଙ୍କୁ ନିଜ ପଇସାରେ କିଣିବାକୁ ପଡ଼ିଲା ।ଗ୍ରାମର ଅନେକଙ୍କ ଘରୁ ଲୋକ ଟଙ୍କା ସହଯୋଗ ଦେଲେ ଜିନିଷ କିଣିବାକୁ ।ନଳକୂପ ବିଭାଗୀୟ ଏସ ଇ ଏମ କୁରେଶ୍ୱର୍ ଜାଲ,ମୋହନ ବାଗ ଓ ଚତୁର୍ଭୁଜ ହଂସ ଉପସ୍ଥିତ ରହି ଆବଶ୍ୟକ ପଡ଼ୁଥିବା ଜିନିଷ ଲୋକଙ୍କ ଦ୍ଵାରା ଲୋକଙ୍କ ଟଙ୍କାରେ କିଣି ନଳ କୂଅ ମରାମତି କରିଛନ୍ତି ।ଏହି ସବୁ କଥା ଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଉଛି କି ସରକାର ବାଃ ବାଃ ନେଇ ଗାଉଥିବା ଗୀତରେ ସରକାରୀ ବାବୁମାନେ କେମିତି ଥୈ ଥୈ କରି ନାଚୁଛନ୍ତି । ଲୋକ ପାଣି ପାଇଁ ଡହଳବିକଳ ହେଲେ ସରକାରୀ ବାବୁ ମିଛ କହି କହି ସମୟ ବିତାଉଥିବା କଥା ଦୃଷ୍ଟିକୁ ଆସିଛି ।ଭବିଷ୍ୟତରେ ଆହୁରି ଏଭଳି ଦୃଷ୍ଟିକୁ ଆସିଲେ ଲୋକ କୋର୍ଟର ଆଶ୍ରୟ ନେବେ ବୋଲି ଆଲୋଚନା ହେଉଛି ।ମିଛ କଥା କହି ବା ପ୍ରତିଶ୍ରୁତି ଦେଇ ଠକିଲେ କର୍ମଚାରୀଙ୍କ ବିରୁଦ୍ଧରେ ଲୋକମାନେ ଆନ୍ଦୋଳନ କରିବେ ଶୁଣାଯାଉଛି ।କର୍ମଚାରୀ ସୁଧୁରି ଯାଆନ୍ତୁ ନଚେତ ଚାକିରି ଯିବାର ସମ୍ଭାବନା ବେଶୀ ଅଛି ।ଗ୍ରାମର ବିପିନ ବେହେରା,ଧର୍ମୁ ପଟେଲ,ଦୁଦର୍ ପଟେଲ,ମହିନ୍ଦ୍ର ବାଗ, ରାଧାରମଣ ବାଗ,ସୁରେନ୍ଦ୍ର ବାଗ, ଖରତ ବାଗ ପ୍ରମୁଖ ମରାମତି କାର୍ଯ୍ୟରେ ସହଯୋଗ କରିଥିଲେ ।

error: Content is protected !!