Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଚିତ୍ରଶିଳ୍ପୀ ବିରବର ସାହୁଙ୍କ ୧୦୮ ତମ ଜୟନ୍ତୀତ୍ସବ ପାଳିତ।

ଚିତ୍ରଶିଳ୍ପୀ ବିରବର ସାହୁଙ୍କ ୧୦୮ ତମ ଜୟନ୍ତୀତ୍ସବ ପାଳିତ।

ବରପାଲି-ବରପାଲି ବରିଷ୍ଠ ଚିତ୍ରଶିଳ୍ପୀ ସର୍ଗତଃ ବିରବର ସାହୁଙ୍କ ୧୦୮ତମ ଜନ୍ମଜୟନ୍ତୀ ବାସଭବନ ପରିସରରେ ପାଳିତ ହୋଇଯାଇଛି। ବିରବର ସାହୁ ସ୍ମୁତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମ ଅଧ୍ଯକ୍ଷ ଡା.ସୂବଳଚନ୍ର୍ଦ ମାଝୀଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ମହେନ୍ର୍ଦ ମେହେର,ବଳରାମ ପଧାନ,ରୋହିତ ମହାରଣା,ପରମେଶ୍ବର ମେହେର,କାର୍ତ୍ତିକ ଦୀପ,ଅଜୟ ତ୍ରିପାଠି,ଦାମୋଦର ପଣ୍ଡା,ପ୍ରିୟବ୍ରତ ପଟ୍ଟନାୟକ,ପ୍ରଶାନ୍ତ ମାହାଣା,ବାବୁଲା ସାହୁ,ଭୁବନ ଭୋଇ,ମନୋଜ ବେରିହା,ବୁଦ୍ଧଦେବ ସା,ଦୟାଲାଲ ବାଗ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ବିରବର ବାବୁଙ୍କ ଫଟଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନେ ବିରବର ବାବୁଙ୍କ ସରଳ ଜିବନଶୈଳୀ,ଆଧ୍ଯତ୍ମିକ ଚେତନା,ଅରବିନ୍ଦ ଏବଂ ଶ୍ରୀମାଁଙ୍କ ଚେତନା ପ୍ରଚାର, ଉଦାର ମନୋଭାବ, ଚିତ୍ରକଳାର ଶୈଳୀ, ପ୍ରତି ପ୍ରଗାଢତା, ସହଯୋଗି ମନୋଭାବକୁ ନେଇ ଆଲୋଚନା କରିଥିଲେ। ବିଜୟନନ୍ଦ ସାହୁ ସ୍ବାଗତ ସହ ଧନ୍ଯବାଦ ଅର୍ପଣ କରିଥିଲେ।

error: Content is protected !!