ବରଗଡ଼-ବରଗଡ଼ ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଯେତିକି ଦିନ ସେତିକି ସମସ୍ୟା ଦେଖିବାକୁ ମିଳିଥାଏ। ନକଲି ବିହନ, ନକଲି ସାର ଔଷଧ, ଚାଷୀଙ୍କ ନାଁ କୃଷି ଯନ୍ତ୍ରପାତି ସବସିଟି ମାରଣ, ରୋଗପୋକ, ଇନପୁଟ ସବସିଟି ଫସଲ ବୀମା ସମସ୍ୟା ନିତିଦିନିଆଁ ହୋଇଥିବା ବେଳେ ଚଳିତ ରବି ଋତୁରେ ଚାଷ ଆରମ୍ଭ ରୁ କେନାଲ ପାଣି ସମସ୍ୟା ଦେଖିବାକୁ ମିଳୁଛି। ହୀରାକୁଦ କମାଣ୍ଡ ଅଞ୍ଚଳ ସମ୍ବଲପୁର, ବରଗଡ଼, ସୋନପୁର ଅଞ୍ଚଳରେ ହଜାର ହଜାର ଏକର ଜମି ଧାନ ଚାଷ ହୋଇଥାଏ। ଅନ୍ୟ ବର୍ଷ ମାଙ୍କରେ ମେଁ 10 ତାରିଖ ପର୍ଯ୍ୟନ୍ତ ପାଣି ଛାଡ଼ଯାଏ କିନ୍ତୁ ଚଳିତ ବର୍ଷ କେନାଲ ବିଭାଗ ତରଫରୁ ମେଁ 1 ତାରିଖ ରୁ ଜୁନ 30 ତାରିଖ ପର୍ଯ୍ୟନ୍ତ କେନାଲ ପାଣି ବନ୍ଦ କରିବା ନିଷ୍ପତ୍ତି କରିଛି। ବର୍ତ୍ତମାନ ବରଗଡ଼ ଅତାବିରା, ବରଗଡ଼, ଭେଡେନ ଏବଂ ବରପାଲି ବ୍ଲକ ରେ ଧାନ ଚାଷ 20% ପଚି ଅମଳ ଅବସ୍ଥା ରେ ଥିବା ବେଳେ 30 % ଧାନ ଏବେ କେଣ୍ଡା ବାହାରୁଛି। ଯେଉଁଥିପାଇଁ ଆହୁରୀ 15 ଦିନ ପାଣି ବିଶେଷ ପରିମାଣ ରେ ଦରକାର ପଡିବ। ଚାଷୀମାନେ କହିବା ଅନୁସାରେ ଚଳିତ ବର୍ଷ କେନାଲ ପାଣି ବିଳମ୍ବ ରେ ଛାଡ଼ିବା କାରଣ ରୁ ଏବଂ ଲେବର ସମସ୍ୟା ଯୋଗୁଁ ଧାନ ଚାଷ ବିଳମ୍ବ ମଧ୍ୟ ହୋଇଛି।

ଏଣୁ ପାଣି ବନ୍ଦ କରିଦେଲେ ଅନେକ ଲୋକଙ୍କ ହଜାର ହଜାର ଏକର ଚାଷ ପ୍ରଭାବିତ ହେବ। ସେଥିପାଇଁ ବୀରେନ୍ଦ୍ର କର ଓ ସୁରେଶ କର୍ଣ୍ଣ ଙ୍କ ନେତୃତ୍ୱ ଓଡିଶା ରାଜ୍ୟ କୃଷକ ସଂଗଠନ ର ଶହ ଶହ କର୍ମୀ ଅତାବିରା ତହସିଲଦାର ଙ୍କୁ ପାଣି ବନ୍ଦ ନ କରିବାକୁ ଲିଖିତ ଭାବେ ନିବେଦନ କରିଥିବା ବେଳେ ଭେଡେନ ବ୍ଲକ ଚାଷୀ ସଂଗଠନ ର ସଦସ୍ୟ ଚୂଡ଼ାମଣି ଛନ୍ଦ, ଉପେନ୍ଦ୍ର ଭୋଇ, ଚଇନୁ ବାଗ, ଘାସିରାମ କର୍ମୀ ମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜଣାଇ ଛନ୍ତି। ସେହିପରି ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର, ତପନ ମିଶ୍ର, ପ୍ରଶାନ୍ତ ସାହୁ ବରଗଡ଼ ମୁଖ୍ୟ କେନାଲ ପରିଚାଳକ ମୋହନ ସେଠି ଙ୍କୁ ଭେଟି ମେଁ 10 ତାରିଖ ପର୍ଯ୍ୟନ୍ତ କେନାଲ ପାଣି ଦେବା ପାଇଁ ଦାବିଜଣାଇ ଥିଲେ। କେନାଲ ମୁଖ୍ୟ ପରିଚାଳକ ଶ୍ରୀ ମୋହନ ସେଠି ଉପରସ୍ଥ ଅଧିକାରୀ ମାନଙ୍କ ସହିତ କଥା ହୋଇ 5 ମେଁ ପର୍ଯ୍ୟନ୍ତ କେନାଲ ପାଣି ଦେବା ପାଇଁ ଚିଠି କରିଛନ୍ତି। ସରଳା,ଜାମପାଲି ଗ୍ରାମର ପ୍ରମୋଦ ପଧାନ, ରାଜେଶ କର୍ଣ୍ଣ, ଖସଗେଶ୍ୱର ମହାପାତ୍ର, କ୍ଷୀରୋଦ୍ର ବାରୀକ, ସୁମନ୍ତ ଗଡୁଆ, ସିଆରାମ କର୍ଣ୍ଣ ଚାଷୀ ମାନେ ମଧ୍ୟ କେନାଲ ପାଣି ଦେବା ସମୟ ବୃଦ୍ଧି କରିବା ପାଇଁ ଆସିଥିଲେ।

ପେଟା କୁହା ଫସଲ ବୀମା କ୍ଷତିପୂରଣ କ୍ଷତିଗ୍ରସ୍ତ ଚଷୀଙ୍କୁ ଦେବା ବଦଳରେ ଇଲେନ୍ସ ବୀମା କମ୍ପାନୀ ନୁଆଁ ନୁଆଁ ନାଟକ କରୁଛି। ପେଟା କୁହା କ୍ଷତିପୂରଣ ନିୟମ ଅନୁସାରେ କ୍ଷତିଗ୍ରସ୍ତ ଚାଷୀ 72 ଘଣ୍ଟା ମଧ୍ୟ ରେ କମ୍ପାନୀ, ଆର ଆଇ, କୃଷି ଅଧିକାରୀଙ୍କୁ ସୂଚନା ଦେବେ ପରେ କମ୍ପାନୀ ସହିତ ବିଭାଗୀୟ ଅଧିକାରୀ ଯୁଗ୍ମ 10 ଦିନ ମଧ୍ୟରେ ସର୍ଭେ କରୀ 15ଦିନ ମଧ୍ୟରେ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି। ବରଗଡ଼ ଜିଲ୍ଲାରେ 56 ହଜାର ଚାଷୀ କ୍ଷତି ହୋଇଥିବା କମ୍ପାନୀ କୁ ଆବେଦନ କରିଥିଲେ। କମ୍ପାନୀ ପ୍ରଥମେ ଆବେଦନ କାରୀଙ୍କୁ ନକଲି କହି ସର୍ଭେ କଲାନାହିଁ ପରେ କୃଷକ ସଂଗଠନ ହସ୍ତକ୍ଷେପ ପରେ ଅତି ମନ୍ଥର ଗତିରେ ସର୍ଭେ ଆରମ୍ଭ କଲା। କୃଷକ ସଂଗଠନ ସର୍ଭେ ଜରିଆରେ କମ୍ପାନୀ ଖସିଯିବାର ଅଭିଯୋଗ କରିବରୁ ବୀମା କମ୍ପାନୀ ଡ୍ରୋନ ସର୍ଭେ କରୀବାର ପ୍ରତିଶୃତି ଦେଲା। ଡିସେମ୍ବର ମାସର କ୍ଷତି ଜାନୁୟାରୀ ମାସ ରେ ସର୍ଭେ କରୀ କେମିତି କମ କ୍ଷତିପୂରଣ ଦେବାକୁ ପଡିବ ସେହିଭଳି ସମସ୍ତ ଉପାୟ ଅବଲମ୍ବନ କଲା।

କିନ୍ତୁ କମ୍ପାନୀ ର ଚାଳବାଜି କୁ ଠିକ ବୁଝି ଦାବିପତ୍ର,ଆନ୍ଦୋଳନ,ଧାରଣା,ଥାନା ରେ ଏତେଲା ଦେବା ଫଳରେ ସତ କଥା ପଦା କୁ ଆସିଲା। ବରଗଡ଼ ଜିଲ୍ଲାରେ 56 ହାଜର ଚାଷୀ ପ୍ରଥମେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ 5 ହଜାର ଆବେଦନ କାରୀଙ୍କ କୌଣସି କାଗଜପତ୍ର ଠିକ ନ ଥିବାର ପ୍ରକାଶ କରୀ 51 ହଜାର ଚାଷୀ କାଗଜପତ୍ର ଗ୍ରହଣ କରିଥିବାର ପ୍ରକାଶ କଲା। 51 ହଜାର ଚାଷୀଙ୍କ ମଧ୍ୟରୁ 30 ହଜାର ଚାଷୀଙ୍କ କ୍ଷତି ହୋଇଛି ଏବଂ 21 ହଜାର ଚାଷୀଙ୍କ କ୍ଷତି ହୋଇ ନ ଥିବା କମ୍ପାନୀ ତଥ୍ୟ ଦେଉଛି। 30 ହଜାର ଚାଷୀ ଙ୍କୁ 32 କୋଟି ଟଙ୍କା କ୍ଷତିପୂରଣ ଦେବା ଘୋଷଣା କରିଛି ବର୍ତ୍ତମାନ ସୁଦ୍ଧା 19 କୋଟି ଟଙ୍କା ଚାଷୀ ମାନଙ୍କ ଖାତା କୁ ଆସିଲାଣି ଏବଂ ଅନ୍ୟ 4 କୋଟି ଟଙ୍କା ତୁରନ୍ତ ପଡିବ ବୋଲି କହୁଛି। ହେଲେ କ୍ଷତିପୂରଣ ପାଇଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ କ୍ଷତି ତୁଳନା ରେ କ୍ଷତିପୁରଣ ବହୁତ କମ ମିଳିଛି। ବହୁତ ଚାଷୀ କ୍ଷତିପୂରଣ ପାଇ ନାହାଁନ୍ତି ଏଣୁ କମ୍ପାନୀ ନୁଆଁ ନାଟକ ଆରମ୍ଭ କରିଛି। ଯେଉଁ ଚାଷୀ ମାନେ କ୍ଷତିପୂରଣ ମିଳିବାରେ ଅସନ୍ତୋଷ ଅଛନ୍ତି ସେମାନେ ପୂଣି ଥରେ ଆବେଦନ କରିପାରିବେ।ଆଜି ତିନି ଦିନ ହେବ ଶହ ଶହ ଚାଷୀ କ୍ଷତିପୁରଣ ପାଇବା ଆଶା ରେ କାମକବାର ଛାଡି ଅଫିସ ଅଫିସ ଦୌଡୁଛନ୍ତି। କିନ୍ତୁ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଏହା ଏକ କ୍ଷତିପୁରଣ ନ ଦେବା ପାଇଁ ଷଡଯନ୍ତ୍ର ବୋଲି ଦାବୀ କରୁଛି।
