Sunday, March 8, 2026
Homeଅଘଟଣଚାବରିପାଲି ଗ୍ରାମର ଗୌନ୍ତିଆ ବ୍ରହ୍ମାନନ୍ଦ ପତିଙ୍କ ପରଲୋକ।

ଚାବରିପାଲି ଗ୍ରାମର ଗୌନ୍ତିଆ ବ୍ରହ୍ମାନନ୍ଦ ପତିଙ୍କ ପରଲୋକ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ବ୍ଲକ ଚାବରିପାଲି ଗ୍ରାମ ର ଗୌନ୍ତିଆ ତଥା ଅଭିଭକ୍ତ ହିରଲିପାଲି ପଂଚାୟତ ର ପୂର୍ବତନ ସରପଞ୍ଚ ବ୍ରହ୍ମାନନ୍ଦ ପତି ଙ୍କ ୮୮ ବର୍ଷ ବୟସରେ ଅପରାହ୍ନ ୪ଟା ସମୟରେ ପରଲୋକ ହୋଇଯାଇଛି। ସେ ଘରୋଇ ଡାକ୍ତରଖାନା ଚିକିତ୍ସିତ ସୁସ୍ଥ ହୋଇ ନିଜ ବାସଭବନ କୁ ଫେରିଥିଲେ, ହଠାତ୍ ଅସୁସ୍ଥତା ଅନୁଭବ କରି ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କର ବିୟୋଗରେ ଚାବରିପାଲି ସମେତ ସମଗ୍ର ଅତାବିରା ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସେ ସରପଞ୍ଚ ଥିବା ସମୟରେ ଅଭିଭକ୍ତ ଅତାବିରା ହିରଲିପାଲି ପଂଚାୟତ ଅନେକ ଉନ୍ନୟନ କାର୍ଯ୍ୟ କରିଥିଲେ।ସେ ଜଣେ ସରଳ, ପରୋପକାରୀ ଧର୍ମପରାୟଣ ସହିତ ଶେଷ ପର୍ଯ୍ୟନ୍ତ ଅନେକ ଧର୍ମାନୁଷ୍ଟାନ ସହିତ ଜଡିତ ରହିଥିଲେ। ତାଙ୍କ ପଛରେ ବିଧବା ପତ୍ନୀ, ସମେତ ୪ ପୁଅ ଅଶୋକ କୁମାର, ଅକ୍ଷୟ କୁମାର, ବିଜୟ କୁମାର, ଏକମାତ୍ର ଝିଅ ସଚି ଓ ନାତି ନାତୁଣୀ, ପଣନାତିନାତୁଣୀ ଛାଡି ଯାଇଛନ୍ତି।

ତାଙ୍କର ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶବାଧାରରେ ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରି ଶବାଧାରରେ ସାମିଲ ହୋଇଥିଲେ। ତାଙ୍କର ବିୟୋଗରେ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ,ଦୟା ସାଗର ମେଣ୍ଡଳୀ, ରାଜେଶ ଅଗ୍ରୱାଲ, ରବିନାରାୟଣ ପଣ୍ଡା, ଉନ୍ନି ନାୟାର, ଭେଡେନ ର ରମେଶ ଚନ୍ଦ୍ର ପଣ୍ଡା ଓ ବହୁ ସଂଖ୍ୟାରେ କଂଗ୍ରେସ ନେତା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଚାବିରିପାଲି ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ବଡ ପୁଅ ଅଶୋକ କୁମାର ମୁଖାଗ୍ନି ଦେଇଥିଲେ।

error: Content is protected !!