Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ ।

ଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ ।

ପଦ୍ମପୁର – ରାଜବୋଡ଼ାସମ୍ବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ 5T ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ରାଜବୋଡ଼ାସମ୍ବର୍ ଉଚ୍ଚବିଦ୍ୟାଳୟ,ପଦମପୁର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍କୁଲର ଛାତ୍ର ତଥା ସମସ୍ତ କର୍ମଚାରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭା ଆରମ୍ଭ କରିଥିଲେ। ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ଶ୍ରୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରାସାଦ ପାଣିଗ୍ରାହୀ, ରାଜବୋଡ଼ାସମ୍ବର୍ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ, ଜମରତଲା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷୟତ୍ରୀ ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ଅତିଥି ପରିଚୟ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ସଭାରେ ଗତ ଶିକ୍ଷାବର୍ଷର ଦଶମଶ୍ରେଣୀ ପରୀକ୍ଷାଫଳର ବିଶ୍ଲେଷଣ, ସ୍କୁଲ ୟୁନିଫର୍ମ ସଂଗ୍ରହଣ , ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତାର ସର୍ବେକ୍ଷଣ, କ୍ଲବ୍ କ୍ରିୟାକଳାପ, ଇ ଲାଇବ୍ରେରୀ ଓ UDISE+ ଉପରେ ସବିଶେଷ ଆଲୋଚନା ହୋଇଥିଲା। ଶ୍ରୀଯୁକ୍ତ ଭୋଇ ସ୍ମାର୍ଟ କ୍ଲାସରୁମ ରେ ଛାତ୍ର ମାନଙ୍କ ସହ ଆଲୋଚନା କରିବା ସହ ଇ ଲାଇବ୍ରେରୀ,କମ୍ପ୍ୟୁଟର ଲାବୋରୋଟରୀପରିଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ରାଜବୋଡ଼ାସମ୍ବର୍ ବ୍ଲକ ଅନ୍ତର୍ଗତ ସମସ୍ତ ୨୯ ଟି 5T ସ୍କୁଲର ପ୍ରଧାନଶିକ୍ଷକ ମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶ୍ରୀ ରେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!