Friday, November 22, 2024
spot_imgspot_imgspot_img
Homeରାଜନୀତିଚର୍ଚ୍ଚାରେ ପଦ୍ମପୁର ରାଜନିତୀ ।

ଚର୍ଚ୍ଚାରେ ପଦ୍ମପୁର ରାଜନିତୀ ।

ପଦ୍ମପୁର- ଚଳିତ ସାଧାରଣ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ରାଜନୀତି ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ରାଜବୋଡାସମ୍ବର , ପାଇକମାଲ ଓ ଝାରବନ୍ଧ ତିନିଗୋଟି ବ୍ଲକ ଏବଂ ପଦ୍ମପୁର ଏନଏସିକୁ ନେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗଠିତ । ୨୦୨୪ ସାଧାରଣ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିତ୍ୱକୁ ନେଇ ନେତାଙ୍କ ଠାରୁ ଜନତାଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଲୁଛି । ଭାରତୀୟ ଜନତା ପାର୍ଟି ସବା ଆଗରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏଙ୍କୁ ପ୍ରାର୍ଥି ଭାବରେ ଘୋଷଣା କରିଛି । ତାପରେ ଭାରତୀୟ ଜାତୀୟ କଂଗ୍ରେସ ରାଜନିତିରେ ନବାଗତ ଟଙ୍କଧର ସାହୁଙ୍କୁ ପ୍ରାର୍ଥି ଭାବରେ ଘୋଷଣା କରିଛି । ହେଲେ ବିଜୁ ଜନତା ଦଳ ଦୁଇ ଦୁଇ ଥର ପ୍ରାର୍ଥି ଘୋଷଣା କରିଥିଲେ ମଧ୍ୟ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ନାଁ ଘୋଷଣା କରି ନାହିଁ । ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ଉପ ନିର୍ବାଚନ ସମୟରେ ମଧ୍ୟ ପ୍ରାର୍ଥି ଘୋଷଣାକୁ ନେଇ ମଧ୍ୟ ଚର୍ଚ୍ଚା ରହିଥିଲା । ଶେଷ ମୂହୁର୍ତ୍ତରେ ଦଳ ବର୍ଷା ସିଂ ବରିହାଙ୍କୁ ଟିକେଟ ଦେଇଥିଲା ଓ ସେ ବିଜେପ ପ୍ରାର୍ଥି ପ୍ରଦୀପ ପୁରୋହିତଙ୍କ ଠାରୁ ୪୨ ହଜାରରୁ ଅଧିକ ଭୋଟ ପାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ଭାବରେ ବିଜୟ ହୋଇଥିଲେ । ବିଜୁ ଜନତା ଦଳ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ନିର୍ବାଚନ ମଣ୍ଡଳୀ ପାଇଁ ତିନି ଜଣଣଙ୍କ ନାମ ଚର୍ଚ୍ଚାରେ ରହିଛି । ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ପଦ୍ମପୁର ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର ଏବଂ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବଢାଇ ଙ୍କ ନାମ ଜନସାଧାରଣରେ ଚର୍ଚ୍ଚାରେ ରହିଛି ।
ବର୍ଷା ସିଂ ବରିହା ୨୦୨୨ ଉପ ନିର୍ବାଚନରେ ପ୍ରାର୍ଥି ହୋଇ ୪୨ ହଜାର ଭୋଟରେ ବିଜୟ ହୋଇଥିଲେ । ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ବର୍ଷା ସିଂ ବରିହାଙ୍କ ପ୍ରତି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ସେ ଯୁବ ସମୟରୁ ପଦ୍ମପୁରର ଦାୟିତ୍ୱ ନେଇ ଅଂଚଳର ବିକାଶ ପାଇଁ ସଦାସର୍ବଦା କାମ କରୁଥିବା ଦେଖିବାକୁ ମିଲୁଛି ।
ପ୍ରିତମ ମେହେର ପଦ୍ମପୁର ବିଜୁ ଜନତା ଦଳର ଜଣେ ପୁରୁଖା ଚେହେରା । ୧୯୮୯-୧୯୯୦ ମସିହାରେ ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରି ୧୯୯୪ ମସିହାରେ ଜନତା ଦଳରେ ଦିବଙ୍ଗତ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ଯୋଗଦାନ କରିଥିଲେ । ସେ ପଦ୍ମପୁର ଏନଏସିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟମଧ୍ୟ ତୁଲାଇଛନ୍ତି । ୨୦୦୭ ମସିହାରେ ବିଜୁ ଜନତା ଦଳ ପଦ୍ମପୁର ଟାଉନ ସଭାପତି , ୨୦୧୫-୨୦୨୦ ମସିହାରେ କୃଷି ସମବାୟ ସମିିତି ପଦ୍ମପୁର ନିର୍ଦେଶକ । ୨୦୧୫-୨୦୨୦ ମସିହାରେ ସମ୍ବଲପୁର ଜିଲ୍ଲ ସମବାୟ ବ୍ୟାଙ୍କ ବରଗଡ ଜିଲ୍ଲାର ନିର୍ଦେଶକ , ୨୦୧୫-୨୦୨୦ ମସିହାରେ ଓଡିଶା ରାଜ୍ୟ ସମବାୟ ସମିିତିର ରାଜ୍ୟ ନିର୍ଦେଶକ , ୨୦୧୮ ବିଜେପୁର ଉପନିର୍ବାଚନରେ ନିର୍ବାଚନ ମଣ୍ଡଳିର ସହ ପର୍ଯ୍ୟବେକ୍ଷକ ,୨୦୧୯ ସାଧାରଣ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ , ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ , ୨୦୧୯ ବିଜେପୁର ଉପନିର୍ବାଚନରେ ବଡବାଉସେନ ପଂଚାୟତର ନିର୍ବାଚନ ପରିଚାଳନା ଦାୟିତ୍ୱ ,୨୦୨୧ ମସିହାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ , ୨୦୨୨ ମସିହାରେ କୃଷି ସମବାୟ ସମିିତି ପଦ୍ମପୁର ନିର୍ଦେଶକ ଓ ୨୦୨୩ ମସିହାରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ସଦସ୍ୟ ଭାବେ କାର୍ଯ୍ୟ ତୁଲାଉଛନ୍ତି । ପ୍ରିତମ ମେହେର ଏନଏସି ଅଧ୍ୟକ୍ଷ ଥିବା ସମୟରେ ପଦ୍ମପୁର ସହରର ଅନେକ ଉନ୍ନୟମ ମୂଲକ କାର୍ଯ୍ୟ ହୋଇଥିଲା । ତାଙ୍କ ପରିବାର ପଦ୍ମପୁର ସହରର ଗୌନ୍ତିଆ ପରିବାର , ପ୍ରିତମ ମେହେରଙ୍କ ପରିବାର ସଦାସର୍ବଦା ଲୋକଙ୍କ ସେବାରେ ରହିଛନ୍ତି । ଏହା ସହ ସେ ବିଭିନ୍ନ ସମୟରେ ବିଜୁ ଜନତା ଦଳର ବିଭିନ୍ନ ପଦପଦବୀରେ ରହି ନିଜ କାର୍ଯ୍ୟ ତୁଲାଇଛନ୍ତି ।
ମଞ୍ଜୁଶ୍ରୀ ବଢାଇ ହେଉଛନ୍ତି ରାଜନୀତିରେ ସମ୍ପୂର୍ଣ୍ଣ ନବାଗତା । ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢାଇ ୨୦୨୨ ପଦ୍ମପୁର ଉପନିର୍ବାଚନ ସମୟରେ ବିଜୁ ଜନତା ଦଳରେ ନିଜ ସମସର୍ଥକ ଙ୍କ ଗହଣରେ ବିଜୁ ଜନତା ଦଳ ରାଜ୍ୟ ସଭାପତିଙ୍କ ଠାରେ ଯୋଗ ଦେଇଥିଲେ । ବିଜୁ ଜନତା ଦଳ ପରେ ତାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ । ମହେନ୍ଦ୍ର ବଢାଇ ଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ମଞ୍ଜୁଶ୍ରୀ ବଢାଇଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଛନ୍ତି ।
ବିଜୁ ଜନତା ଦଳ ଦୁଇ ଦୁଇ ଥର ପ୍ରାର୍ଥି ଘୋଷଣା କରିଥିଲେ ହେଁ ପଦ୍ମପୁର ବିଧାନସଭା ପାଇଁ ପ୍ରାର୍ଥି କିଏ ହେବେ ତାହା ଘୋଷଣା କରି ନାହିଁ । ତେବେ ଚଳିତ ନିର୍ବାଚନରେ ଦଳ କାହାକୁ ପ୍ରାର୍ଥି କରିବ ତାହା ଜନସାଧାରଣ ତଥା ସୋସିଆଲ ମିଡିଆରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

error: Content is protected !!