ଗାଇସିଲାଟ – ଚର୍ଚାରେ ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ଡାକ୍ତର ସୁମିତ କୁମାର ମିଶ୍ର । ଚୁକ୍ତି ଭିତ୍ତିକ ଡାକ୍ତର ଭାବରେ ଏଠାରେ କାମ ଆରମ୍ଭ କରିବା ଦିନଠୁ ତାଂକର କର୍ତ୍ତବ୍ୟନିଷ୍ଠା ଚିକିତ୍ସା ପଦ୍ଧତି ଅଂଚଳରେ ଭିନ୍ନ ଏକ ଛବି ସୃଷ୍ଟିକରିଛି । ଜଣେ ସୁ ଚିକିତ୍ସକ ଓ ଦରଦି ମଣିଷ ଭାବରେ ସେ ପରିଚିତ । କେବଳ ଚିକିତ୍ସା ପାଇଁ ନୁହେଁ ଏକମଣିଷ ଭଳି ମଣିଷ । ବୃତ୍ତିରେ ଜଣେ ଡାକ୍ତର । ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରି ।ଗରିବ ତ ଥା ଅବହେଲିତ ରୋଗୀଙ୍କ ସେବକ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଲପାଲି ଠାରେ ପ୍ରଥମେ କଣ୍ଟ୍ରାକ୍ଟଚୁଆଲ ଡାକ୍ତର ଭାବରେ କାମ ଆରମ୍ଭ କରିଥିବା ସୁମିତଙ୍କୁ ଯେତେବେଳେ opsc ପାଇବା ପରେ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବାର ସମ୍ଭାବନା ଦେଖା ଦେଇଥିଲା । ଏଠାକାର ଜନସାଧାରଣ ହିଁ ତାଙ୍କୁ ଏଠାରେ ସ୍ଥାନିତ କରାଯିବାର ଅନୁରୋଧ ଜିଲ୍ଲା ପାଳ ଓ CDMO ବରଗଡଙ୍କୁ ଅନୁରୋଧ କରିଥିଲେ । ଆଜି ଏକ ରୁଗ୍ଣା ବୃଦ୍ଧା ଚିକିତ୍ସା ନିମନ୍ତେ ଆସିଥିଲେ । ଆବଶ୍ୟକିୟ ଚିକିତ୍ସା ନିମନ୍ତେ କାହାକୁ ଅପେକ୍ଷା ନକରି ନିଜେ ବୋହି ଓ୍ବାର୍ଡ ପର୍ଯ୍ୟନ୍ତ ନେବାର ଦେଖା ଦେଇଥିଲା । ଏତାଦୃଶ ଘଟଣାରେ ଡାକ୍ତର ସୁମିତଙ୍କୁ ପ୍ରସଂସାର ସୁଅ ଛୁଟୁଛି । ଲୋକେ କହୁଛନ୍ତି ଡାକ୍ତର ହେବତ ଏମିତି ।