ପଦ୍ମପୁର – ପଦ୍ମପୁର ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଆଜି ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତୀ ଅମ୍ରିତପାଳ କୋର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କ୍ଳବର ବରିଷ୍ଠ ସଦସ୍ୟ ପଦ୍ମପୁରର ପୂର୍ବତନ ନଗରପାଳ ଶ୍ରୀ ଶିରୀଶ କୁମାର ବହିଦାର, କ୍ଳବର ପୂର୍ବତନ କୋଷଧ୍ୟକ୍ଷ୍ୟ ଶ୍ରୀ ଗୋବିନ୍ଦ ଅଗ୍ରୱାଲ, ବରିଷ୍ଠ କଳାକାର ଲାଳବିହାରୀ ମିଶ୍ର ,ବଣିକ ସଂଘ ସଭାପତି ଶ୍ରୀ ପ୍ରତାପ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବରେ ଦ୍ଵିତୀୟ ସନ୍ଧ୍ୟାର ସାଂସ୍କୃତିକ ପର୍ବକୁ ଶୁଭରମ୍ଭ କରିଛନ୍ତି।
ତେବେ କଳା ଓ ସାଂସ୍କୃତିର ଏହି ଅଞ୍ଚଳ ରେ ସାଂସ୍କୃତିକ କଳା ର ଆଦାନ ପ୍ରଦାନ ପାଇଁ ଏପରି ଏକ ମହାକୁମ୍ଭର ଆୟୋଜିତ ହେବା ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିକଶିତ ଆଉ ବିଶାଳ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ। କ୍ଳବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ମିନାକ୍ଷୀ ରାଉତ ପ୍ରଥମେ ଏକ ଲୋକ ଗୀତ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ।
ଅବସର ପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କଳାକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ସଂକୃତିକା ପୁରୋହିତ ଓ ସୁରଟ ଗୁରୁ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ। ତେବେ ଆଜିର ପର୍ବ ରେ ପୁରୀ ନୃତ୍ୟ ବିଦ୍ୟାଳୟ ଅନୁଷ୍ଠାନ , ବାଳିକା ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗ ସାଂସ୍କୃତିକ ଦଳ, ସମ୍ବଲପୁର ର ଆମର କଳା ଆମର ସଂସ୍କୃତି ଅନୁଷ୍ଠାନ, ଅଞ୍ଚଳ ମହା ବିଦ୍ୟାଳୟ ପଦ୍ମପୁର, ପାଟଣାଗଡ଼ ସତ କୁଆଁରୀ ସାଂସ୍କୃତିକ ଅନୁଷ୍ଠାନ, ବରଗଡ଼ ବୋଧାନ ସାଂସ୍କୃତିକ ଅନୁଷ୍ଠାନ ନିଜର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ଦର୍ଶକ ଙ୍କୁ ବେଶ ମୁଗ୍ଧ କରିଥିଲା।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ର ରେ ନିଜର ଅତୁଳନୀୟ ଅବଦାନ ପାଇଁ ଶ୍ରୀ ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ ଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା। ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବର ସମ୍ପାଦକ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ।