ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଚଣ୍ଡିପାଲି ଗ୍ରାମରେ ଏକ ଭିନ୍ନ ଧରଣର ରଥଯାତ୍ରା ଦେଖିବାକୁ ମିଲେ। ପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରେ ରଥାରୂଢ ନ ହୋଇ ରଥ ଉପରେ ଦୀର୍ଘ ୮୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବାରସ୍କନ୍ଦ ପୁରାଣକୁ ରଥ ଉପରେ ରଖି ଟଣାହୁଏ। ଶ୍ରୀଜଗନ୍ନାଥ ରଥଯାତ୍ରା ପରି ବହୁ ଉତ୍ସାହ ଉଦ୍ଦୀପନା ସହିତ ଗ୍ରାମବାସୀ ରଥ ଟାଣନ୍ତି l
ଗାଁରେ ମନ୍ଦିର ନ ଥିବାରୁ ଗାଁର ଗୌନ୍ତିଆଙ୍କ ଘରେ ବାରସ୍କନ୍ଦ ରଖି ପୂଜା ହୁଏ l ବାହୁଡା଼ ସରିଲେ ବର୍ଷାସାରା ଗ୍ରାମର ଗୌନ୍ତିଆ ଙ୍କ ଘରେ ପୁରାଣ ପୂଜା ପାଆନ୍ତି। ଏହି ନିଆରା ପରମ୍ପରା ଅଞ୍ଚଳରେ ବେଶ ଚର୍ଚ୍ଚା ହୁଏ।ବହୁତ ଭକ୍ତ ସମାଗମ ହୁଏ।