
ଝାରବନ୍ଧ-ଝାରବନ୍ଧ ବ୍ଲକ ଅନ୍ତର୍ଗତ ଘୁଚାପାଲି ଠାରେ ଜେ.ଏମ୍.ସି. କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୩୨ ଗୋଟି ଦଳ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚ୍ ରାନୀଦର୍ହା (ନୁଆପଡା) ଓ ସ୍ଥାନୀୟ ଟିମ୍ ଘୁଚାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବରେ ଛୋଟ ଅନକୀ ସରପଞ୍ଚ ଚିନ୍ତାମଣି ରାଉତ,ଧନୀରାମ ସାହୁ ଯୋଗ ଦେଇଥିଲେ। ସେମିଫାଇନାଲ ମ୍ୟାଚରେ ଛୋଟ ଅନକୀ ଗ୍ରା.ପ.ର ସମିତି ସଭ୍ୟ ସତ୍ୟମ୍ ପ୍ରଧାନ ଓ ଝାରବନ୍ଧ ବିଜେଡି ଉପସଭାପତି ସୁରେଶ ସାହୁ ଯୋଗ ଦେଇଥିଲେ।ରାନୀଦର୍ହା ଟିମ୍ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୮ ଓଭର ରେ ରାନୀଦର୍ହା ୨ ୱିକେଟ ହରାଇ ୧୭୩ ରନ୍ ସଂଗ୍ରହ କରି ଘୁଚାପାଲି ସମ୍ମୁଖରେ ବିଶାଳ ଲକ୍ଷ୍ୟ ରଖିଥିଲା।

ପ୍ରତିବଦଳରେ ଘୁଚାପାଲି ଟିମ୍ ୮ ଓଭରରେ ୭ ୱିକେଟ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲେ ଫଳରେ ରାନୀଦର୍ହା (ନୁଆପଡା) ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ ଓ ସ୍ଥାନୀୟ ଘୁଚାପାଲି ଟିମ୍ ଉପବିଜେତା ହୋଇଥିଲେ। ଫାଇନାଲ ମ୍ୟାଚ୍ରେ ଅମିତ ଗଡତିଆ ଓ ନରେନ୍ଦ୍ର ଭୋଇ ଖେଳ ପରିଚାଳନା କରିଥିଲେ ଏବଂ ମ୍ୟାଚ୍ରେ ଅମୂଲ୍ୟ ପ୍ରଧାନ ଓ କମଲ୍ ଲୁହାର ସ୍କୋର ଦାୟିତ୍ଵ ତୁଲାଇଥିବା ବେଳେ ବିଜୁ ସାହୁ ଓ ରାଜେଶ ମହାନନ୍ଦ ଭାଷ୍ୟକାର ଦାୟିତ୍ଵ ତୁଲାଇଥିଲେ। ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳ ରାନୀଦର୍ହା (ନୁଆପଡା) ଟିମ୍କୁ ପ୍ରଥମ ପୁରସ୍କାର ୧୪,୦୦୦ ଟଙ୍କା ସହିତ ଆକର୍ଷଣୀୟ କପ୍ ଓ ଉପବିଜେତା ଦଳ ଘୁଚାପାଲି ଟିମ୍କୁ ୭,୦୦୦ ଟଙ୍କା ସହିତ ଆକର୍ଷଣୀୟ କପ୍ ଦେଇ ପୁରସ୍କୃତ କରାଯାଇଥିଲା।

ଠିକ୍ ସେହିପରି ତୃତୀୟ ପୁରସ୍କାର ଭାବରେ ଦେୱାନପାଲି ଟିମ୍ କୁ ୪,୦୦୦ ଟଙ୍କା ସହିତ ଆକର୍ଷଣୀୟ ଟ୍ରଫି ଓ ଚତୁର୍ଥ ପୁରସ୍କାର ଭାବରେ ଡଭା ଟିମ୍ କୁ ୩,୦୦୦ ଟଙ୍କା ସହିତ ଆକର୍ଷଣୀୟ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।ଫାଇନାଲ ମ୍ୟାଚ୍ରେ ରାନୀଦର୍ହା (ନୁଆପଡା) ଟିମ୍ ତରଫରୁ ରିତିକ ପ୍ରଧାନ ମାତ୍ର ୩୪ ବଲ୍ ଖେଲି ୧୦୬ ରନ୍ ସଂଗ୍ରହ କରିଥିବାରୁ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ମ୍ୟାନ ଅଫ୍ ଦି ସିରିଜ୍ ଭାବରେ ରିତିକ ପ୍ରଧାନଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଗ୍ରାମର ରମେଶ ପ୍ରଧାନ,ଜିଲାଜିତ ପ୍ରଧାନ,ଅଫିସର ପ୍ରଧାନ, ତପନ ପ୍ରଧାନ,ଅରୁଣ ପ୍ରଧାନ,ରୁପାନନ୍ଦ ପ୍ରଧାନ, ବିଜୟ,ଦୀପକ୍,ସୁଶାନ୍ତ,ତ୍ରୀଲୋଚନ,ଗୁଣସାଗର,କିଶନ୍,କିରନ୍,ମୁକେଶ, ରାଜେଶ,ପୁଷ୍କର,ଅଜୟ ପ୍ରମୁଖ ସହଯୋଗ କରିଥିଲେ।



