Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଘାଏ ଦେଖତ କଳାପଟାର ବାର୍ଷିକୋତ୍ସବ ଅନୁଷ୍ଠିତ ।

ଘାଏ ଦେଖତ କଳାପଟାର ବାର୍ଷିକୋତ୍ସବ ଅନୁଷ୍ଠିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ଠାରେ ଦିର୍ଘ ୧୦ ବର୍ଷ ହେବ ରାସ୍ତାକଡ଼ରେ ସୃଷ୍ଟି କରାଯାଇଥିବା କଳାପଟା “ଘାଏ ଦେଖତ” ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଗାଇସିଲେଟ କଲେଜ ଠାରେ ବାର୍ଷିକୋତ୍ସବ ପାଳନ କରିଛି।ଘାଏ ଦେଖତ କୁଟୁମ୍ବକୁ ନେଇ ଏକ କମିଟି ଗଠନ ହୋଇଥିଲା। ସଭାପତି ଭାବେ ନିରଞ୍ଜନ ପଣ୍ଡା, ଉପସଭାପତି ରଞ୍ଜନ କୁମାର ପଣ୍ଡା, ସମ୍ପାଦକ ବୈରାଗୀ ସାହୁ,ସହ ସମ୍ପାଦକ ଅଶେଷ କୁମାର ଦାଶ, କୋଷାଧ୍ୟକ୍ଷ ଭାବେ ପ୍ରମୋଦ କୁମାର କଲେତ ଦିର୍ଘ ୧୦ ହେବ ବହୁ ଝଡଝଞ୍ଜା ମଧ୍ୟରେ ଗତିକରି ଏ ଅଞ୍ଚଳରେ ଅନବରତ ଭାବେ ସମ୍ବଲପୁରୀ ଭାଷାର ପ୍ରଚାର ଓ ପ୍ରସାରର କରି ଚାଲିଛନ୍ତି।

ବାର୍ଷିକୋତ୍ସବ ଉତ୍ସବ କାର୍ଯ୍ୟକ୍ରମରେ ସଭାପତି ଭାବେ ନିରଞ୍ଜନ ପଣ୍ଡା, ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ସାହୁ ମୁଖ୍ୟ ବକ୍ତା ଅଶୋକ କୁମାର ପୂଝାରୀ, ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ମନୋଜ କୁମାର ସାହୁ, ସମ୍ମାନୀତ ଅତିଥି ଲମ୍ବୋଦର ତ୍ରିପାଠୀ, ଗୈାର ଚରଣ ପ୍ରଧାନ, ବୈରାଗୀ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେବା ପୂର୍ବରୁ ମାଁ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ।ପରେ ପରେ ଅରଗଡିରୁ ଆସିଥିବା ସୁଶ୍ରୀ ଧରିତ୍ରୀ ଗୁରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ସରଧାପାଲି ର ଅଜିତ ବାଗ ଏବଂ ଲୁସୀ ଭୋଇ ମଧ୍ୟ ଡୁଏଟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି, ଭବାନୀପାଟଣା, ସୁବର୍ଣ୍ଣପୁର ଜିଲ୍ଲା ସମେତ ବହୁ ଅଞ୍ଚଳରୁ କବି କବୟିତ୍ରୀ ଯୋଗଦାନ କରି ସ୍ୱରଚିତ ସମ୍ବଲପୁରୀ କବିତା ପଠନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ, କବି, କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି ଅର୍ଜୁନ ସାହୁ। ଶେଷରେ ଅତିଥି ଗଣ ଘାଏ ଦେଖତ ସ୍ମରଣିକା ଉନ୍ମୋଚନ କରିଥିଲେ।

error: Content is protected !!