Saturday, March 7, 2026

ଘର ଚଟିଆ ।

ଘର ଚଟିଆରେ ଘର ଚଟିଆ,ତୁମ ବିନା ମୋର ସୁଖ ଅଧିଆ ।‌

ମୋ ଟଗର ଗଛ ବାସ ତୁମର,ଅଗଣାଟି ମୋର ଖେଳ ପ୍ରାନ୍ତର,ଖଣ୍ଡିଡିଆଁ ଲାଗେ ଭାରି ବଢ଼ିଆ ।‌

ଧାନ ବିଞ୍ଚିଦେଲେ ଦଉଡ଼ି ଆସ୍,ଚିଁ ଚିଁ କରି ମଧୁରେ ଭାଷ,ଛୋଟ ଛୁଆ ମୁଖେ ଖୁଆଏ ମାଆ ।‌

ତୁମ ବଂଶ ଏବେ ହୁଏ ବିରଳ, ପରିବେଶ ସାଥେ ନ ରଖି ମେଳ,ଦୁଃଖ ଭୁଲି ରୁହ ମୋର କୁଡ଼ିଆ ।‌

ବିଶ୍ୱ ସ୍ରଷ୍ଟାଙ୍କର ଏହି ସ୍ରୁଷ୍ଟିରେ,ସବୁ ଜୀବଜନ୍ତୁ ଏକ ଆତ୍ମାରେ,ପରସ୍ପରେ ସିନା ହୋଇବା ସାହା।

ଭୋଜରାଜ ବୁଡ଼େକ,ମାଣ୍ଡୋସିଲ,ବରଗଡ଼।

ଅବସରପ୍ରାପ୍ତ ଶିକ୍ଷକ,ଫୋ.ନ.6371987542

error: Content is protected !!