ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଘନାମାଲ ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଘନାମାଲ ଖେଳ ପଡିଆ ଠାରେ ବ୍ଳକ୍ ସ୍ତରୀୟ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ବ୍ଲକ ସ୍କୁଲ କ୍ରୀଡା ସଂଗଠନ ରାଜବୋଡାସମ୍ବର୍ ତରଫରୁ ଆୟୋଜନ କରାଯାଇଥିଲା। ଏହି ଚୟନ ପ୍ରକିୟା ରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ ସ୍କୁଲ କ୍ରୀଡା ସଂଗଠନ ର ସ୍ଥାୟୀ ସଭାପତି ଲୋକନାଥ ଭୋଇ , ସମ୍ମାନିତ ଅତିଥି ଭାବରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରାଲମ୍ଵର ପଟେଲ,ବ୍ଲକ ସ୍କୁଲ କ୍ରୀଡା ସଂଗଠନ ର ସମ୍ପାଦକ ହରେକୃଷ୍ଣ ମେହେର, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ,ପଦ୍ମପୁର ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ,

ଖେଳ ଶିକ୍ଷୟିତ୍ରୀ ତଥା ଶହେ ଦସରୁ ଉର୍ଦ୍ଧ୍ବ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ହରେକୃଷ୍ଣ ମେହେର ସଭାର ଉଦ୍ଦେଶ୍ୟ ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ ଓ ମୁଖ୍ୟ ଅତିଥି ଲୋକନାଥ ଭୋଇ ଖେଳାଳି ମାନଙ୍କୁ ଉଦବୋଧନ ଭାଷଣ ଦେଇଥିଲେ। ଖେଳ ସମାପ୍ତ ପରେ ଫୁଟବଲ ବାଳକ ଦଳ ଓ ଫୁଟବଲ ବାଳିକା ଦଳ ଚୟନ କରାଯଇଥିଲା।ଖେଳ ଗୁଡ଼ିକୁ ସୂଚାରୁ ରୂପରେ ସମ୍ପାଦନା କରିବା ପାଇଁ ଶାରୀରିକ ଶିକ୍ଷା ଶିକ୍ଷକ ଚନ୍ଦ୍ରମଣି ସାହୁ,କ୍ଷିରୋଦ୍ର ଦାସ ଓ ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ମାନେ ସହଯୋଗ କରିଥିଲେ।



