Sunday, May 4, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗ୍ରୀଷ୍ମ ଛୁଟିରେ "ସନ୍ଦେହ ମୋଚନ" ନିରନ୍ତର ଶିକ୍ଷା ପ୍ରଦାନ l

ଗ୍ରୀଷ୍ମ ଛୁଟିରେ “ସନ୍ଦେହ ମୋଚନ” ନିରନ୍ତର ଶିକ୍ଷା ପ୍ରଦାନ l

ପାଇକମାଲ(ଦୁର୍ଯ୍ୟୋଧନ ପୁଟା)-ଭୀଷଣ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଓଡ଼ିଶା ସରକାର ପିଲାମlନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି l ହେଲେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଳର ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଅନୁରୋଧ କ୍ରମେ ସକାଳ ୬.୩୦ ମି: ରୁ ୮.୩୦ ମି: ପଯ୍ୟନ୍ତ ” ସନ୍ଦେହ ମୋଚନ” ଶିକ୍ଷାଦାନ ଚାଲିଛି l ଯାହା ଫଳରେ ମେଧାବୀ, ଗରିବ, ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଶ୍ରେଣୀର ଛାତ୍ରୀ ମାନେ ବିଶେଷ ଉପକୃତ ହେଉଛନ୍ତି l ପ୍ରକାଶ ଥାଉକି ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତ୍ୟେକ ଶିକ୍ଷା ବର୍ଷରେ ଦଶହରା,ବଡଦିନ, ଗ୍ରୀଷ୍ମକାଳୀନ ଛୁଟି ସହିତ ରବିବାର ଦିନ ମାନଙ୍କରେ ଶିକ୍ଷା ଦାନ ଦେଉଥିବାରୁ ପ୍ରାୟତଃ ୧୫ କି: ମି: ଦୂର ଦୁରାନ୍ତରରୁ ପିଲା ବିଦ୍ୟାଳୟକୁ ଆସିଥାନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଦୀର୍ଘ ନଅ ବର୍ଷ ଧରି ୧୦୦ ଶତକଡା ରେଜଲ୍ଟ ସହିତ ଗୁନାତ୍ତ୍ମକ ପରୀକ୍ଷା ଫଳ ମିଳୁଛି l

error: Content is protected !!