Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗ୍ରିନୋଭାଇବ ଦ୍ୱାରା କାଦୋଦରରେ ‘କ୍ୟାମ୍ପସ କ୍ଲାଇମେଟ୍ ବାର୍ତ୍ତାଲିପ୍’ ର ସଫଳ ଆୟୋଜନ ।

ଗ୍ରିନୋଭାଇବ ଦ୍ୱାରା କାଦୋଦରରେ ‘କ୍ୟାମ୍ପସ କ୍ଲାଇମେଟ୍ ବାର୍ତ୍ତାଲିପ୍’ ର ସଫଳ ଆୟୋଜନ ।

ଉଲୁଣ୍ଡା(ରାଜେଶ କୁମାର ବାଘ)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉମାଦେବୀ କଲେଜ କାଦୋଦର ଓ ଉମାଦେବୀ ବିଦ୍ୟାମନ୍ଦିର କାଦୋଦରରେ ଦୁଇଟି ‘କ୍ୟାମ୍ପସ କ୍ଲାଇମେଟ୍ ବାର୍ତ୍ତାଲିପ୍’ ସଫଳ ଆୟୋଜନ କରାଯାଇ ଥିଲା।ଏହାର ଉଦ୍ଦେଶ୍ୟ ପରିବେଶ ସଚେତନତା ବୃଦ୍ଧି କରିବା ଓ ଛାତ୍ରଛାତ୍ରୀଙ୍କୁ ଜଳବାୟୁ ପରିବର୍ତ୍ତନ ଓ ସ୍ଥାନୀୟ ପରିବେଶପ୍ରତି ଜଳବାୟୁ ପରିବର୍ତନର ପ୍ରଭାବ ବିଷୟରେ ସଂଳାପରେ ଅନୁପ୍ରେରିତ କରିବା ଥିଲା।ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ଓ ଯାଲୋଏ ଫରେଷ୍ଟ ରେଞ୍ଜରୁ ବନ ସୁରକ୍ଷା ଅଧୀକାରି ପ୍ରଜ୍ଞ୍ୟା ପରିମିତା ମିଶ୍ର,ଓ ଦୀପାଞ୍ଜଳି ହରିପାଲ,ତଥା ସମସ୍ତ ଶିକ୍ଷକ ଓ ଅଧ୍ୟାପକମାନେ ଯୋଗଦେଇ ଥିଲେ।ଆଲୋଚନାରେ କାର୍ବନ ନିର୍ଗମନ, ଜଂଗଲ ନିଆ, ପ୍ଲାଷ୍ଟିକ ପ୍ରଦୂଷଣ ଓ ବନ୍ୟଜନ୍ତୁ ଶିକାର ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇ ଥିଲା।

ଉମାଦେବୀ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ନିଗମା ନନ୍ଦ ଦେହୁରୀ,ଓ ଉମାଦେବୀ ହାଇଅର ସେକେଣ୍ଡାରୀ ସ୍କୁଲ୍ ର ପ୍ରାଧ୍ୟାପକ ନିତ୍ୟାନନ୍ଦ ପୁରୋହିତ ଓ ଅନ୍ୟ ଶିକ୍ଷକମାନେ ପୁନଃବନୀକରଣ, ଜୈବ ବିବିଧତା ସୁରକ୍ଷା ଓ ପରିବେଶ ଅନୁକୂଳଜୀବନଶୈଳୀର ଗୁରୁତ୍ତ୍ୱ ଉପରେ ଆଲୋଚନା କଲେ। ଛାତ୍ରଛାତ୍ରୀମାନେ ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀଜଗତ ଉପରେ ପରିବର୍ତ୍ତିତ ଜଳବାୟୁ ର ପ୍ରଭାବ ବିଷୟରେ ନିଜ ଅନୁଭବ ଓ ଅବଲୋକନ ଉପସ୍ତାପନ କରିଥିଲେ।ଏହି ଅଧିବେଶନଗୁଡ଼ିକୁ ଗ୍ରିନୋଭାଇବ୍‌ର ସାଧାରଣ ସଚିବ ଅବନୀ କୁମାର ଶତପଥୀ ସଭାପତିତ୍ୱ କରିବା ସହ , ଗ୍ରିନୋଭାଇବ୍‌ର ସଂସ୍ଥାପକ ଅଶ୍ୱିନୀ କୁମାର ଶତପଥୀଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳବାୟୁ ସଚେତନତା ଓ ସମୁଦାୟ ଭିତ୍ତିକ ସଂରକ୍ଷଣ ପ୍ରୟାସ ପ୍ରତି ନୂତନ ଅନୁପ୍ରେରଣ ଦେଇଛି।

error: Content is protected !!