Tuesday, December 3, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗୌରବ ଦିବସରେ ଆଦିବାସୀ ଯୁବ ଉଦ୍ୟୋଗୀଙ୍କୁ ସହାୟତା ରାଶି ପ୍ରଦାନ ।

ଗୌରବ ଦିବସରେ ଆଦିବାସୀ ଯୁବ ଉଦ୍ୟୋଗୀଙ୍କୁ ସହାୟତା ରାଶି ପ୍ରଦାନ ।

କୁଚିଣ୍ଡା(ତପନ ଦାସ)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ କଲେଜ ପଡିଆରେ ଆୟୋଜିତ ଗୌରବ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଜନଜାତି ମିଶନ ଜରିଆରେ ଆଦିବାସୀ ଯୁବ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତେ ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁଚିଣ୍ଡା ଆଦିବାସୀ ଉନ୍ନ୍ୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ହେମସାଗର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ , ପଂଚାୟତିରାଜ ଓ ପାନୀୟଜଳେଯାଗାଣ ବିଭାଗ ଓଡିଶା ସରକାର ଶ୍ରୀଯୁକ୍ତ ରବିନାରାୟଣ ନାଏକ , ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଜିଲ୍ଲାପାଳ ଡ. ଶିଦ୍ଦେଶ୍ୱର ବଳିରାମ ବୋନ୍ଦର , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ପାତ୍ର , ଉପଜିଲ୍ଲାପାଳ ଡ. ଗୌରବମୟ ପ୍ରଧାନ , ପ୍ରକଳ୍ପ ପ୍ରବନ୍ଧକ (ଏମଏମଜେଜେଏମ ) ର ଶ୍ରୀମତୀ ସ୍ନେ୍ନହପ୍ରଭା ସାହୁ , କୃଷି ଅଧିକାରୀ ଶ୍ରୀ ନୃସିଂହ ଚରଣ ଗଡନାୟକ , ଟ୍ରେଡିଂ ଅଫିସର ଶ୍ରୀ ସିଦ୍ଦାର୍ଥ ଶଙ୍କର ପରିଡା , ତଥା ସମସ୍ତ କର୍ମକର୍ତା ଯୋଗଦେଇଥିଲେ ।

ପ୍ରଶାସନ ପକ୍ଷରୁ ୪୪ ଟି କ୍ଲଷ୍ଟର ଜିରଆରେ ୩୦ ଜଣ ଆଦିବାସୀ ଲଘୁ ଯୁବ ଉଦ୍ୟୋଗୀଙ୍କୁ ଚୟନ କରାଯାଇ କମ୍ପ୍ୟୁଟର ଦୋକାନ , ଟେଲର ଦୋକାନ , କିରାନା ଦୋକାନ , ଟେଂଟ ହାଉସ , ସାଇକେଲ ଓ ବାଇକ ରିପାୟାରିଂ ଦୋକାନ ଆଦି ସ୍ଥାପନ କରି ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଜଣକ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଏକ ଲକ୍ଷ ଟଙ୍କା ଚେକ ପ୍ରଦାନ କରିବା ସହ ସେମାନଙ୍କ ମଙ୍ଗଳ କାମନା କରି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାକୁ ପ୍ରଶଂସା କରିଥିଲେ । ଗ୍ରାମାଂଚଳର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଯୁବ ଉଦ୍ୟୋଗୀଙ୍କୁ ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତିନୋଟି ବ୍ଲକର ସମସ୍ତ ବିଶେଷଜ୍ଞ ଉପସ୍ଥିତ ଥିଲେ ।

error: Content is protected !!