ଝାରବନ୍ଧ-ଝାରବନ୍ଧ ବ୍ଲକ ଗୋଠୁଗୁଡା ପଞ୍ଚାୟତରେ ନୂତନ ଭାବେ ପ୍ରଥମ ଥର ଖୋଲିଲା ଧାନ ମଣ୍ଡି । ଆଗରୁ ଏହି ପଞ୍ଚାୟତର ଚାଷୀ ଆମଠି ମଣ୍ଡିରେ ଧାନ ବିକ୍ରି କରୁଥିଲେ ଯାହା ଗ୍ରାମ ମାନଙ୍କ ଠାରୁ ଦଶ କିଲୋମିଟରରୁ ଅଧିକ ଦୂରତା ହେଉଥିଲା । ସେଥିପାଇଁ ଧାନ ବିକ୍ରି କରିବାର ସୁଯୋଗ ଅନେକ ଚାଷୀ ପାଇପାରୁନଥିଲେ ଏପରିକି ସ୍ଥଳେ ବାଧ୍ୟହୋଇ ମଧ୍ୟସ୍ଥି ମାନଙ୍କର ସାହାଯ୍ୟ ନେବାକୁ ପଡୁଥିଲା । ଚଳିତ ବର୍ଷ ଖରିଫ ଋତୁ ଆରମ୍ଭରୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରି ନୂତନ ଭାବରେ ମଣ୍ଡି ଖୋଲିବାରେ ସକ୍ଷମ ହୋଇଛନ୍ତି। ମଣ୍ଡିରେ ସୁରୁଖୁରୁ ଭାବେ ଧାନ କିଣା ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।
ଏହି ମଣ୍ଡିରେ ସ୍ୱରସ୍ବତୀ ଏସ.ଏଚ.ଜି ଗ୍ରୁପର ମହିଳା ମାନେ ଧାନ ସଂଗ୍ରହ ଦାୟିତ୍ବ ବହନ କରୁଛନ୍ତି। ଧାନ କିଣା ପ୍ରସଙ୍ଗକୁ ଆହୁରୀ ପାରଦର୍ଶି ଏବଂ ସ୍ଵଚ୍ଚ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ଜରିଆରେ ଏକ ସଚେତନତା ସଭା। ଅନୁଷ୍ଠିତ ହୋଇଥିଲା। ଚାଷୀ ନେତା ରମେଶ ମହାପାତ୍ର, ଲିଙ୍ଗରାଜ ପଧାନ ଏବଂ ସୁବାସ ସାମନ୍ତରାୟ ଯୋଗ ଦେଇ ଧାନ କିଣା ପ୍ରସଙ୍ଗ ଅମୁଲଚୁଳ ଆଲୋଚନା କରିଥିଲେ। ଉପସ୍ଥିତ ଚାଷୀ ମାନଙ୍କ କହିବା ଅନୁସାରେ ଏହି ମଣ୍ଡିକୁ ସ୍ଥାୟୀ ମଣ୍ଡି କରାଯାଉ ଏବଂ ଧାନ ରଖିବା ପାଇଁ କଭର ସେଟ, ପାଚେରୀ, ପିଇବା ପାଣି, ଲାଇନ ବ୍ୟବସ୍ଥା କଲେ ଆହୁରୀ ଉପକୃତ ହେବା ପାଇଁ ଆଶା ବାନ୍ଧିଛନ୍ତି ।
ଆଞ୍ଚଳ ବାସୀ ଏହି ଚାଷୀ ସଚେତନତା ସଭାରେ ବିଶ୍ୱମ୍ବର ପଧାନ, ଚକ୍ରଧର ଶଗର, ଚତୁର୍ଭୁଜ ସାହୁ, କୀର୍ତ୍ତନ ସାହୁ, ଶରତ ଚନ୍ଦ୍ର ପଧାନ, ରାଜକୁମାର ନାୟକ, ନୀଳମଣି ନାୟକ,ଦୁଲଚନ୍ଦ୍ର ସାହୁ ଏବଂ ସରପଞ୍ଚ ପ୍ରିତମ ନାୟକ ନେତୃତ୍ୱ ନେଇଥିବା ବେଳେ ପ୍ରତେକ ଗ୍ରାମରୁ ଶହ ସହ ଚାଷୀ ଉପସ୍ଥିତ ଥିଲେ। ଅତି ନିକଟରେ ନିଜସ୍ବ ଧାନ ବିକ୍ରି କରିବାର ସୁଯୋଗ ପାଇଥିବାରୁ ଚାଷୀମାନେ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।