Monday, November 25, 2024
spot_imgspot_imgspot_img
Homeଅଘଟଣଗୋଏଲଦୁମା ଜଙ୍ଗଲରେ ବାଘ ଆତଙ୍କ : ବନବିଭାଗର ତଦନ୍ତ ଜାରି ।

ଗୋଏଲଦୁମା ଜଙ୍ଗଲରେ ବାଘ ଆତଙ୍କ : ବନବିଭାଗର ତଦନ୍ତ ଜାରି ।

କୁଚିଣ୍ଡା(ତପନ ଦାଶ)-ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅଧିନ ଗୋଏଲଦୁମା ଜଙ୍ଗଲ ସ୍ଥିତ ଚଟେନଘାଟ ଠାରେ ବାଘ ଏକ ବାଛୁରୀକୁ ମାରି ଖାଇଥିବା ସନ୍ଦେହ ହୋଇଛି । ଗତ କାଲି ପାଟବନ୍ଧା ଗ୍ରାମର ଗ୍ରାବେଳ ଏକ୍କା ନିଜ ଗାଇପଲ ନେଇ ଜଙ୍ଗଲ କୁ ଚରାଇବାକୁ ଯାଇଥିଲେ। ହେଲେ ଏକ ବାଛୁରୀ ନିଖୋଜ ହୋଇ ଯାଇଥିଲା। ବହୁ ଖୋଜା ଖୋଜି କଲେ ମଧ୍ୟ ତାର କୌଣସି ସନ୍ଧାନ ମିଳିନ ଥିଲା।

ତେବେ ଆଜି ସକାଳୁ ନିଖୋଜ ବାଛୁରୀ କୁ ଖୋଜା ଖୋଜି କଲା ପରେ ଗୋଏଲଦୁମା ଜଙ୍ଗଲ ସ୍ଥିତ ଚଟେନଘାଟ ଠାରେ ବାଛୁରୀ ର କ୍ଷତବିକ୍ଷତ ମୃତ ଦେହ ଠାବ ହୋଇଛି। ପାରିପାର୍ଶ୍ୱକ ସ୍ଥିତି କୁ ଅନୁଧ୍ୟାନ ପରେ ବାଘ ଶୀକାର କରିଥିବା ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ପରେ ଗୋରୁ ଚରାଳି ଏବଂ ଜଙ୍ଗଲ ନିକଟସ୍ଥ ଲୋକେ ଭୟଭୀତ ହୋଇଛନ୍ତି। ହେଲେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ, ବାମରା ଡିଏଫଓଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣା ସ୍ଥଳକୁ ବନବିଭାଗ କର୍ମଚାରୀ ତଦନ୍ତ କରୁଛନ୍ତି।

error: Content is protected !!