ପାଇକମାଲ – ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ସଙ୍ଘ(OSNLEA) ତରଫରୁ ରାଜ୍ୟର ସମସ୍ତ ବେସରକାରୀ ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ବାରା ନିଯୁକ୍ତ (୨୦୦୮-୨୦୧୮) ଅଧ୍ୟାପକମାନଙ୍କୁ ଅନୁଦାନ ଦାବୀ ନେଇ ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ମାଣ୍ଡୋସିଲ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ହୋଇଥିବା(୨୦୦୮-୨୦୧୮ )ଅଧ୍ୟାପକମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରି ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରଖିବା ସହ ଆଗାମୀ ଦିନରେ ଯଦି ସରକାର ଅଧ୍ୟାପକମାନଙ୍କୁ ଅନୁଦାନ ନ ଦିଅନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି।