Wednesday, January 22, 2025
spot_imgspot_imgspot_img
Homeରାଜ୍ୟଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଯାପିତ ।

ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଯାପିତ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଉଦଯାପିତ ହୋଇଯାଇଛି। ସର୍ବପ୍ରଥମେ ଅଧ୍ୟାପକ ଧନପତି ଦେବତା ମଞ୍ଚପରିଚାଲନା କରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ସ୍କୁଲ ପାଇଁ ଭୁମିଦାନ କରିଥିବା ସ୍ବର୍ଗତ ତପନ ପାତ୍ର, ରାଜକୁମାର ପାତ୍ରଙ୍କ ସମେତ ଏହି ବିଦ୍ୟାଳୟରେ କାର୍ଯ୍ୟରତ ସ୍ବର୍ଗତ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ପରେ ସ୍କୁଲରୁ ବିଦାୟ ତଥା ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କୁ ଉପଢୌକନ, ମାନପତ୍ର ଏବଂ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଗୁରୁ ପୂଜନ କରାଯାଇଥିଲା।

ଉଦଘାଟନୀ ଉତ୍ସବର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟାପକ ତୀର୍ଥବାସି ଦେବତାଙ୍କ ସଭାପତିତ୍ବ କରିଥିଲାବେଳେ ଅଧ୍ୟାପକ ରାଜେଶ ପାତ୍ର ମଞ୍ଚ ପରିଚାଲନା କରିଥିଳେ। ଏହି ସଭିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କମଲାକିନ୍ତ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ,କଲାପେନ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ମୋହନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ପୁର୍ବତନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମେଶ ଦାଶ,ବିଇଓ ରାମଲାଲ ବରିହା ଏବଂ ପରିଚାଲନା କମିଟିର ସଭାପତି ପଞ୍ଚାନନପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ।

ଶେଷରେ ମନୋରଞ୍ଜନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ଅଧ୍ୟାପକ ଧନପତି ଦେବତା ମଞ୍ଚପରିଚାଲନା କରିଥିବା ବେଳେ,ଶତବାର୍ଷିକୀ କମିଟିର ସଭାପତି କିଶୋର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ସେହିପରି ଅବସର ପ୍ରାପ୍ତ ଅଧ୍ୟାପକ କେଶରଞ୍ଜନ ପଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟଙ୍କ ସମେତ ବିଜେପୁର ବିଧାୟକ ସନତ ଗଡତିଆ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ଯକ୍ତି ବିଶେଷଙ୍କୁ ନିମନ୍ତ୍ରିତ ଅତିଥି ମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

error: Content is protected !!