Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲି ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ରେ କର୍ମୀ ସମ୍ମିଳନୀ ।

ଗୁଦେରପାଲି ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ରେ କର୍ମୀ ସମ୍ମିଳନୀ ।

ଗାଇସିଲେଟ – ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ରେ ବ୍ଳକ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ବିଜେପୁର ବ୍ଳକ ଆବାହକା ଶୁଶ୍ରୀ ପ୍ରତିମା ଗୁରୁ ଏବଂ ସହ ଆବାହକ ଦେବାର୍ଚନ ସାହୁ ଆଲୋଚକ ଭାବରେ ଅଂଶଗ୍ରହଣ କରିଥିଲେ। ଏଥିରେ ଗୁଦେରପାଲି ଓ କେନ୍ଦୁଭଟା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସମସ୍ତ ଅପା ଭାଇ, ପରିଚାଳନା କମିଟି ର ସଦସ୍ୟ ତଥା ମାତୃକର୍ମୀ ଉପସ୍ଥିତ ଥିଲେ। ଆରମ୍ଭ ରେ ମା ଶ୍ରୀ ଅରବିନ୍ଦଙ୍କ ଫଟୋ ଚିତ୍ରରେ ଧୂପଦୀପ ନୈବେଦ୍ୟ ଅର୍ପଣ କରି ଦୁର୍ଗା ସ୍ତୋତ୍ର ପଠନ, ମନ୍ତ୍ରୋଚ୍ଚାରଣ ପୂର୍ବକ ସମ୍ମିଳନୀ ଆରମ୍ଭ ହୋଇଥିଲା। ଗାଇସିଲେଟ ବ୍ଲକ ଆବାହକ ଅଧ୍ୟାପକ ଧନପତି ଦେବତା ସମ୍ମିଳନୀ ର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ମାଙ୍କ କର୍ମଧାରାରେ କର୍ମୀମାନଙ୍କ ଭୂମିକା ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର,ଶିବପଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଶେଷରେ ପରିଚାଳନା କମିଟି ର ସଭାପତି କିଶୋର ଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!