ବଲାଙ୍ଗିର-ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ “ନିପୁଣ ଓଡ଼ିଶା” ମେଳା ଓ “ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଓ ଆଞ୍ଚଳିକ ସାଧନ କେନ୍ଦ୍ର, ତୁଷୁରା ର ସଂଯୋଜକ ଜଗମୋହନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିପିନ୍ ବାଗ୍ , ସମ୍ମାନୀତ ଅତିଥି ଭାବରେ ବାଳିକା ଉଚ୍ଚ ବିଦ୍ୟାଳୟ ତୁଷୁରା ର ପ୍ରଧାନଶିକ୍ଷୟତ୍ରୀ ଭକ୍ତଚରଣ ଦାଶ, ବିଦ୍ୟାଳୟ ପରିଚାଳନା ସଭାପତି ବିନୋଦ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ ।
![](https://jagrataprahari.com/wp-content/uploads/2024/10/Ashish-Bansal-8x3-copy-1024x384.jpg)
ଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଅତିଥି ଗଣ ନିପୁଣ ଓଡ଼ିଶା ମେଳା ଓ ଶିକ୍ଷଣ ସାମଗ୍ରୀ ସମ୍ବନ୍ଧରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ନିପୁଣ ଓଡ଼ିଶା ଗୀତ ଓ ଶପଥ ପାଠ ମଧ୍ଯ ଏହି ଅବସରରେ କରଯାଇଥିଲା। ଏହି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ଙ୍କ ସହ ଗାଇଡ ଶିକ୍ଷକ ଗଣ ଏଫ୍ ଏଲ୍ ଏନ୍ ସମ୍ପର୍କିତ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ଏହି ମେଳାରେ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତୁଷୁରା ର ଉପାଧ୍ୟକ୍ଷା ମାମି ଦାଶ ଯୋଗଦାନ କରି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଏହି ଅବସରରେ ନୂତନ ଭାବେ ଏହି ବିଦ୍ୟାଳୟରେ ଯୋଗଦାନ କରିଥିବା ଶିକ୍ଷୟତ୍ରୀ ଅର୍ଚ୍ଚନା ସାହୁ ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା। ପ୍ରଧାନ ଶିକ୍ଷକ ହେମନ୍ତ ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ପୁରନ ମେହେର ଧନ୍ୟବାଦ୍ ଜ୍ଞାପନ କରିଥିଲେ। କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ପ୍ରଦାନ କରିଥିଲେ।
![](https://jagrataprahari.com/wp-content/uploads/2025/01/cover-1024x576.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)