ପାଇକମାଳ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହରର ୨୦୦୯ ବ୍ଯାଚର ଦୀର୍ଘ ୧୬ ବର୍ଷ ପରେ ଏକ ବନ୍ଧୁମିଳନ ଉତ୍ସବ ପ୍ରସିଦ୍ଧ ଶୈବ ପୀଠ ଦେବବର୍ହା ଠାରେ ମହାସମାବେଶରେ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ଦିନର ସ୍ମୃତି ତଥା ସେ ସମୟର ପାଠପଢ଼ାକୁ ଅନୁଭବ କରିବା ସହ ସମସ୍ତ ସହପାଠୀ ମାନେ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରେ କେଉଁ ବନ୍ଧୁ କେମିତି ଅଛନ୍ତି କିଏ କଣ କରୁଛି ସେ ବିଷୟରେ ପରସ୍ପର ଭାବର ଆଦାନ ପ୍ରଦାନ ସହ ଭେଟଘାଟ ହେବାପାଇଁ ସମସ୍ତେ ଉକ୍ତ ଉତ୍ସବ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ହେମନ୍ତ ବରିହା ସ୍ବାଗତ ସଙ୍ଗୀତ ଗାନ ସହିତ ସଙ୍ଗୀତା ସାହୁ ଓ ବିରଜାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ l ପ୍ରାୟ ୫୪ ଜଣ ସହପାଠୀ ସପରିବାର ଏକତ୍ରିତ ହୋଇଥିଲେ ।

ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ଆଲୋଚନା କରିବା ସହ ଭଲ ମନ୍ଦ ଆଲୋଚନା କରିଥିଲେ। ମଧ୍ୟାହ୍ନ ରେ ଏକାଠି ଖାଇବା ସହ ସମସ୍ତେ ନିଜ ନିଜର ପରିବାର ସାଙ୍ଗରେ ସମସ୍ତଙ୍କୁ ପରିଚୟ କରାଇଥିଲେ l ଲକ୍ଷ୍ମୀକାନ୍ତ ମେହେର ଓ଼ ଉଦୟନାଥ ପ୍ରଧାନ ବନ୍ଧୁତାର ସୂତା ଖିଅ ଆଉଟିକେ ମଜବୁତ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମ ସବୁ ବନ୍ଧୁ ମାନଙ୍କ ଅକ୍ଲାନ୍ତ ସହଯୋଗ ରେ ସମ୍ପାଦନ ହୋଇଥିବା ହେତୁ ଶେଷରେ କଳ୍ପନା ବାଟପାହାର ଓ ଲିଲିମା ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟ ରେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳ କୁ ବହୁତ ଉତ୍ସାହ ଉଦ୍ଦୀପନା ସହ ପ୍ରତ୍ୟାବର୍ତ୍ତନ କରିଥିଲେ ।



