Saturday, March 7, 2026
Homeରାଜ୍ୟଗାନ୍ଧୀ ସ୍ମାରକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ କୋଠରୀ ପଦ୍ମପୁର ବିଧାୟିକାଙ୍କ ଦ୍ବାରା...

ଗାନ୍ଧୀ ସ୍ମାରକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ କୋଠରୀ ପଦ୍ମପୁର ବିଧାୟିକାଙ୍କ ଦ୍ବାରା ଉଦଘାଟିତ।

ପାଇକମାଳ-ପାଇକମାଳ ବ୍ଲକ ଅନ୍ତର୍ଗତ ସାପଲହର ଗାନ୍ଧୀ ସ୍ମାରକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ କୋଠରୀ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ପାଇକମାଳ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜିବ ବରିହା,ବାଦୀକଟା ସରପଞ୍ଚ ଶ୍ରୀମତୀ ସବିତା ସାହୁ,ବାଦିକଟା ସମିତି ସଭ୍ୟ ଶ୍ରୀଯୁକ୍ତ ଦୁଷ୍ମନ୍ତ ପ୍ରଧାନ,ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ,ରାଜବୋଡାସମ୍ଵର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ, ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭମ ପତି,ଭୋଲାନାଥ ମେହେର, କ୍ଷମାନିଧି ବାରିକ ପ୍ରମୁଖ ଯୋଗଦେଇଥିଲେ ।

ଉକ୍ତ ଉଦଘାଟନ ଉତ୍ସବରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ସର୍ବପ୍ରଥମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୋଭା ସାଗର ମେହେର ସ୍ଵାଗତ ଭାଷଣ ଦେଇଥିଲେ , ପରେ ଅତିଥି ଗଣ ନିଜର ବକ୍ତବ୍ୟ ରଖିଥିଲେ । ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ତନୟା ମେହେର,ଆଶାରାଣୀ ବରିହା ଶିକ୍ଷକ ଜିତେନ୍ଦ୍ର ସାହୁ ଅତିଥି ଗଣଙ୍କୁ ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ବାଦିକଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରୁଷଭ ସାହୁ , ବିଦ୍ୟାଳୟରୁ ଡେପୁଟେସନରେ ଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ସେଠ ଉପସ୍ଥିତ ଥିଲେ। ଗ୍ରାମର ଉଦୀୟମାନ ଯୁବକ ଶ୍ରୀଯୁକ୍ତ କ୍ଷୀତି ସାହୁଙ୍କ ଉଦ୍ୟମ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରିଶେଷରେ ଶିକ୍ଷକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!