Saturday, March 7, 2026
Homeଅଘଟଣଗାଈକୁ ଧକ୍କା ଦେଇ ମଟର ସାଇକଲ ଆରୋହୀ ଗୁରୁତର , ଘଟଣା ସ୍ଥଳରେ ଗାଈର ମୃତ୍ୟୁ।

ଗାଈକୁ ଧକ୍କା ଦେଇ ମଟର ସାଇକଲ ଆରୋହୀ ଗୁରୁତର , ଘଟଣା ସ୍ଥଳରେ ଗାଈର ମୃତ୍ୟୁ।

ପାଇକମାଳ(ଦୁର୍ଯ୍ୟୋଧନ ପୁଟା)-ପାଇକମାଳ – ନୂଆପଡ଼ା ରାସ୍ତା ବିଜୁ ଏକ୍ସପ୍ରେସ ୱେ ର ମନବୋଧପାଲି ନିକଟରେ ଏକ ବାଇକ ଆରୋହୀ ଗାଈକୁ ଧକ୍କା ଦେଇ ଛିଟିକି ପଡ଼ିଥିବା ବେଳେ ଗାଈର ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ମୃତ୍ୟୁ ହୋଇଥିଲା।ମଟର ସାଇକେଲ ଆରୋହୀକୁ ମେଡିକାଲ ବିଭାଗ ର ଜୈନିକ ବ୍ୟକ୍ତି ଉଦ୍ଧାର କରି କାରରେ ମେଡିକାଲକୁ ନେଇଥିଲେ। ମଟର ସାଇକଲ ଆରୋହୀ ଆପାଚି ଗାଡ଼ି ନମ୍ୱର୍ OD 17 P 3159 ରେ ଯାଉଥିଲେ। ମଟର ସାଇକେଲ ଆରୋହୀ ଜଣକ ରଂଜନ ସେଠୀ ସୋନପୁର (ବିରମହାରାଜପୁର) ଅଞ୍ଚଳର ବୋଲି ଜଣାପଡିଛି। ଗାଈକୁ ଧକ୍କା ଦେଇ ମଟର ସାଇକେଲ ଆରୋହୀ ରଞ୍ଜନ ଅନୁତାପ କରି ଗାଈ ପାଖକୁ ବାରମ୍ବାର ଯାଇ ଜୁହାର କରୁଥିବା ଦେଖାଦେଇଥିଲା।

error: Content is protected !!