
ଗାଇସିଲେଟ-ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ପୌଷ ଅମାବାସ୍ୟା ରୁ ପୌଷ ଶୁକ୍ଲ ଦ୍ଵିତୀୟା ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ରାଉରକେଲା ଡ. ସନାତନ ପଧାନ ଯୋଗ ଦେଇଥିଲେ । ସଭାପତି ରବୀନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ବୁଦ୍ଧଦେବ ପୁରୋହିତ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ଚଳିତ ଶିକ୍ଷା ବର୍ଷର ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୁରୋହିତ ତାଙ୍କ ଅଭିଭାଷଣରେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଓ ଗର୍ବର ଦିନ।

ଆମ ପ୍ରିୟ ଶିଶୁ ବିଦ୍ୟାମନ୍ଦିର ତାହାର ଶିକ୍ଷାଯାତ୍ରାର ୨୫ ବର୍ଷ ରଜତ ଜୟନ୍ତୀ ପାଳନ କରୁଛି। ଏହି ୨୫ ବର୍ଷ କେବଳ ସମୟର ଗଣନା ନୁହେଁ, ଏହା ହେଉଛି ସଂସ୍କାର, ଶିକ୍ଷା, ଶ୍ରମ ଓ ସଫଳତାର ଗୌରବମୟ ଗାଥା। ଶିଶୁ ବିଦ୍ୟାମନ୍ଦିର କେବଳ ଏକ ବିଦ୍ୟାଳୟ ନୁହେଁ, ଏହା ହେଉଛି ଏକ ସଂସ୍କାରଶାଳା। ଏଠାରେ ପିଲାମାନଙ୍କୁ ପୁସ୍ତକୀୟ ଜ୍ଞାନ ସହିତ ସତ୍ୟ, ସେବା, ଶିଷ୍ଟାଚାର, ଦେଶପ୍ରେମ ଓ ମାନବିକ ମୂଲ୍ୟବୋଧ ଶିଖାଏ। “ଶିକ୍ଷା ସହିତ ସଂସ୍କାର” ଏହି ମୂଳମନ୍ତ୍ରକୁ ଆଧାର କରି ଏହି ବିଦ୍ୟାମନ୍ଦିର ଅଗ୍ରସର ହୋଇଆସୁଛି।ଏହି ସଫଳତାର ପଛରେ ଶ୍ରଦ୍ଧେୟ ଗୁରୁଜନମାନଙ୍କର ଅବଦାନ ଅପରିସୀମ। ତାଙ୍କର ନିଷ୍ଠା, ସମର୍ପଣ ଓ ତ୍ୟାଗ ବିନା ଏହି ୨୫ ବର୍ଷର ଯାତ୍ରା ସମ୍ଭବ ହେଇନ ଥାନ୍ତା ବୋଲି କହିଥିଲେ ।

ଏହି ଅବସରରେ ଅନେକ ଶିକ୍ଷକ ଓ କଳାକାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶାଶ୍ଵତ ରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରବୀନ୍ଦ୍ର ପଣ୍ଡା,ମନୋଜ କୁମାର ପଣ୍ଡା,ସଞ୍ଜୟ ପୁରୋହିତ,ପୁରୁଷୋତ୍ତମ ସାହୁ,ସୁଶାନ୍ତ ପାଣିଗ୍ରାହୀ,ଶାଶ୍ଵତ ରଞ୍ଜନ ପୁରୋହିତ,ବୁଦ୍ଧଦେବ ପୁରୋହିତ,ଆଦିକନ୍ଦ ପୁରୋହିତ,ସୌରଭ ତ୍ରିବେଦୀ,କୁନା ସେଠ,ରୀନା ସାହୁ,ନନ୍ଦକିଶୋର ଯୋଷୀ,ସୁରେଶ୍ଵର ଭୋଇ, ଲେକୃ ବରିହା,ଗିରିଶ ପଣ୍ଡା,ମାନସ ଦାଶ,ନିଳୀମା ଦାଶ,ସମସ୍ତ ଗୁରୁମା ଗୁରୁଜୀ,ସେବକ ସେବୀକାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହୋଯୋଗ କ୍ରମେ କାର୍ଯ୍ୟକ୍ରମରୁ ସୁଚାରୁ ରୂପେ ସଫଳ ହୋଇଥିଲା ।



