ଗାଇସିଲେଟ-ଭାରତର ୭୯ ତମ ସ୍ଵାଧୀନତା ଅବସରରେ ଏକ ଭବ୍ୟ ଓ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଓ ଖେଳ ଶିକ୍ଷକ ହେମନ୍ତ ପଣ୍ଡା ଙ୍କ ନେତୃତ୍ଵରେ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା, ମହାବିଦ୍ୟାଳୟ ପରିସରରୁ ବାହାରି ଡାକ୍ତରଖାନା , ବସଷ୍ଟାଣ୍ଡ , ସହିଦ ଛକ ଦେଇ ପରିକ୍ରମା କରିଥିଲା । ପ୍ରାୟ ୭୦୦ ଶହ ରୁ ଅଧିକ ଛାତ୍ରଛାତ୍ରୀ ମାନେ ବ୍ୟାପକ ଉତ୍ସାହ ଓ ଦେଶଭକ୍ତି ର ସହ ହାତରେ ତ୍ରିରଙ୍ଗା ପତାକା ନେଇ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ପୁରୁଣା ମହାବିଦ୍ୟାଳୟ ସାମନାରେ ଏକ ଉଦବୋଧନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପଧାନ, ଅରୁଣ କୁମାର ପାଣିଗ୍ରାହୀ, ନାରାୟଣ ମିଶ୍ର , ଉମାକାନ୍ତ ସାହୁ , ଅଧ୍ୟାପକ ବାଚସ୍ପତି ପଧାନ, ମାନସ କୁମାର ଦାଶ, ପ୍ରତୀକ୍ଷା ଡନସନା , ବୀଣାପାଣି ତାଣ୍ଡି, ନମିତା ସାହୁ, ଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରିବୃନ୍ଦ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

ଛାତ୍ରଛାତ୍ରୀ ମାନଙ୍କୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ପରେ ଆତ୍ମଦାହ ରୋକିବା ପାଇଁ ସଚେତନତା ସମ୍ପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ, ଥାନା ଏ. ଏସ୍. ଆଇ . ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ସଂସ୍କୃତ ସପ୍ତାହ ସମାରୋହ ତା. ୧୨.୦୮.୨୦୨୫ ମଙ୍ଗଳବାର ଦିନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।

ବିଭାଗୀୟ ମୁଖ୍ୟ ନାରାୟଣ ମିଶ୍ରଙ୍କ ପରିଚାଳନାରେ ହୋଇଥିବା ସଭାରେ ଅତିଥି ଭାବରେ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା , ପ୍ରଦୀପ କୁମାର ପଧାନ ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଯୋଗଦେଇ ସଂସ୍କୃତ ଭାଷାର ମହତ୍ଵ ଓ ତାର ପ୍ରସାରଣ ପାଇଁ ଉଦବୋଧନ ଦେଇଥିଲେ । ଅଧ୍ୟାପିକା ନମିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ସଂସ୍କୃତ କବିତା ଆବୃତ୍ତି ଓ ଶ୍ଳୋକ ଉଚ୍ଚାରଣ କରି ପୁରସ୍କୃତ ହୋଇଥିଲେ । ପରିଶେଷରେ ଅଧ୍ୟାପିକା ସୋନାଲିକ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ଘୋଷଣା କରିଥିଲେ ।



