ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୟକେତନ୍ ତ୍ରିପାଠୀଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଅନୁଷ୍ଠିତ ସଭାରେ ପ୍ରଧ୍ୟାପକ ନାରାୟଣ ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରଧ୍ୟାପକ ପ୍ରଦୀପ କୁମାର ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମମତା ସାହୁ ଯୋଗଦେଇ ଗଙ୍ଗାଧର ସାହିତ୍ୟରେ ନାରୀର ଭୂମିକା ଉପରେ ଆଲୋକପାତ କରିଥିଲେ । ମାଣ୍ଡୋସିଲ ଡିଗ୍ରୀ କଲେଜ ର ଅଧ୍ୟାପକ ସନ୍ତୋଷ ସିଂ ଠାକୁର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସାଂପ୍ରତିକ ସମାଜରେ ଗଙ୍ଗାଧରୀୟ ପ୍ରଭାବ ଉପରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ପୁରସ୍କାର ବିତ୍ତରଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଶ୍ଵନାଥ ବାଙ୍କ ଓ ଅଧ୍ୟାପିକା ପୂର୍ଣ୍ଣିମା ହରିପାଲ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ବୀଣାପାଣି ତାଣ୍ଡି,ପିଙ୍କି ରଥ,ପ୍ରତୀକ୍ଷା ଡନସନା,ସଂଘମିତ୍ରା ସାହୁ, ସୋନାଲିକା ସାହୁ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ପରିଶେଷରେ ଅଧ୍ୟାପକ ଅରବିନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।