ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଏବଂ ତହସିଲ ରାସ୍ତାରେ ଆଜି ଆଇନ ସହାୟତା ଓକିଲଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଗାଇସିଲେଟ ଅଞ୍ଚଳର ଯୁବ ଆଇନଜିବୀ ଆକାଶ ନନ୍ଦ ,ଓଡ଼ିଶା ଉଚ୍ଚ ନ୍ୟାୟାଳୟ କଟକ ଙ୍କ ନେତୃତ୍ୱରେ ଏକ ଆଇନ ସହାୟତା କେନ୍ଦ୍ର ତଥା ଓକିଲଙ୍କ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଡିଓ ଲକ୍ଷ୍ମଣ ମାଝି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦେବତା,ରବୀନ୍ଦ୍ର ପଣ୍ଡା,ସୁନିଲ ପଣ୍ଡା, ଦୂର୍ଗା ପ୍ରସାଦ ତ୍ରିବେଦୀ,ସରୋଜ ଶ୍ରିଭୁଷଣ ସାହୁ,ମହେନ୍ଦ୍ର ସାହୁ, ଚୈତନ୍ୟ ସାହୁ,ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଓକିଲଙ୍କ କାର୍ଯ୍ୟାଳୟ ବିଷୟରେ ପ୍ରକାଶ କରିଥିଲେ ।
ସାଧାରଣଲୋକ ମାନେ ସିଭିଲ,କ୍ରିମିନାଲ,ରେଭିନ୍ୟୁ,ଜମି କ୍ରୟ ବିକ୍ରୟ ସମସ୍ତ ପ୍ରକାର ଆଇନ ପରାମର୍ଶ ସହାୟତା ପାଇ ପାରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିବା ବେଳେ ଛୋଟ ବଡ଼ ଯେକୌଣସି ପ୍ରକାର ଆଇନଗତ ସମସ୍ୟା ପାଇଁ ଲୋକମାନେ ଦୂର ଦୁରାନ୍ତ କୁ ଯାଇ ଯେଉଁଭଳି ଭାବରେ ଖର୍ଚ୍ଚାନ୍ତ ହେଉଥିଲେ ଆଉ ତାଙ୍କୁ ହଇରାଣ ହେବାକୁ ପଡ଼ିବନାହିଁ ଏହି କାର୍ଯ୍ୟାଳୟରେ ବରିଷ୍ଠ ଆଇନଜୀବୀ ରାଧା ବଲ୍ଲଭ ପାଣିଗ୍ରାହୀ,ମଳୟ କୁମାର ଦାଶ, ଗଜରାଜ ଡନସନା,ଉତ୍ତମ ନାୟକ,ମନୋଜ ପ୍ରଧାନ ପ୍ରମୁଖ ଯୋଗଦେବେ ବୋଲି ଯୁବ ଆଇନଜୀବୀ ଆକାଶ ନନ୍ଦ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ପ୍ରତି ୩ ମାସରେ ବରିଷ୍ଠ ଆଇନଜୀବୀ ମାନେ ଏହି କାର୍ଯ୍ୟାଳୟରେ ଯୋଗ ଦେଇ ମାଗଣାରେ ଲୋକମାନଙ୍କୁ ଆଇନ ସହାୟତା ପ୍ରଦାନ କରାଯିବ । ଯାହାଫଳରେ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇ ପାରିବ । ଏହି କାର୍ଯ୍ୟାଳୟ ମାଧ୍ୟମରେ ସାଧାରଣ ଲୋକମାନେ ତ୍ୱରିତ ଆଇନ ସେବା ପାଇବାରେ ସକ୍ଷମ ହେବେ ।