Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗାଇସିଲେଟରେ ଆତ୍ମସୁରକ୍ଷା ତାଲିମ ଶିବିର ।

ଗାଇସିଲେଟରେ ଆତ୍ମସୁରକ୍ଷା ତାଲିମ ଶିବିର ।

ଗାଇସିଲାଟ-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଆତ୍ମାସୁରକ୍ଷା ଉପରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଦେବେନ୍ଦ୍ର କୁମାର ଯୋଶୀ ଛାତ୍ରୀ ମାନଙ୍କୁ ଆତ୍ମସଂଯମ ନାରୀ ଜୀବନର ଏକ ମୁଖ୍ୟ ଆଭୂଷଣ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଇତିହାସ ବିଭାଗର ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ ବର୍ତ୍ତମାନ ସମାଜରେ ଆତ୍ମ ସୁରକ୍ଷା ତାଲିମର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ନାରୀ ସଶକ୍ତିକରଣର ମହତ୍ତ୍ୱକୁ ନେଇ ଆତ୍ମସୁରକ୍ଷା ତାଲିମ ଉପରେ ବକ୍ତବ୍ୟ ଦେଇଥିଲେ । ମାଷ୍ଟର ଟ୍ରେନର ମାଧବୀ ସାହୁ ଦୀର୍ଘ ଆଠ ଦିନ ଧରି ଖୁବ୍ ସୁନ୍ଦର ଭାବରେ ଛାତ୍ରୀ ମାନଙ୍କୁ ଆତ୍ମାସୁରକ୍ଷା ଉପରେ ତାଲିମ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ । ଶେଷରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ପରାମର୍ଶଦାତ୍ରୀ ତଥା ସଂଯୋଜିକା ସୁଶ୍ରୀ ଡ. ବୀଣାପାଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!