Wednesday, January 22, 2025
spot_imgspot_imgspot_img
Homeରାଜ୍ୟଗାଇସିଲାଟ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ତ୍ରୟୋଦଶତମ ଆଲୋଚନା ସଭା ।

ଗାଇସିଲାଟ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ତ୍ରୟୋଦଶତମ ଆଲୋଚନା ସଭା ।

ଗାଇସିଲାଟ – ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ତ୍ରୟୋଦଶତମ ବ୍ଳକସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ ବାରିକ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବାବେଳେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଡନସନା ସଭା ପରିଚାଳନା କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜୟକୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ମଞ୍ଚାସୀନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୌକିଲାଲ ମେହେର, ଶ୍ରୀଯୁକ୍ତ ପ୍ରଜାପତି ପଧାନ ଓ ଡ. ପ୍ରେମାନନ୍ଦ ବେହେରା ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ଗତ ମାସର ସଭା ଆୟୋଜନ କରିଥିବା ଶରଧାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଓକିଲ ପାଣ୍ଡେ ପ୍ରଧାନ ଶିକ୍ଷକମାନଙ୍କଦ୍ଵାରା ଦିଆଯାଇଥିବା ପରାମର୍ଶ ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନର ତଥ୍ୟ ଉପସ୍ଥାପନ କରିଥିଲେ । ସାଧନକର୍ମୀ ମାହାରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମସାଗର ମାଝୀ ଓ ସାଧନକର୍ମୀ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚିଖିଲିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ପଧାନ ସରକାରଙ୍କ ପ୍ରଦତ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜଗଲପାଟ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ଵନାଥ ବେହେରାଙ୍କୁ ବିଦ୍ୟାଳୟ ପରିବାର ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶେଷରେ ସମସ୍ତ ପ୍ରଧାନ ଶିକ୍ଷକ ଆୟୋଜକ ବିଦ୍ୟାଳୟର ସ୍ମାର୍ଟ କ୍ଳାସ, ଇ-ଲାଇବ୍ରେରୀ, ବିଜ୍ଞାନାଗାର ଆଦି ପରିଦର୍ଶନ କରି ନିଜ ନିଜ ମତାମତ ରଖିଥିଲେ । ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ଚିତ୍ତାକର୍ଷକ ସ୍ବାଗତ ଓ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଫିରିଙ୍ଗିମାଲସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ ସଫଳ ହୋଇଥିଲା । ଶେଷରେ ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ତରଫରୁ ଶିକ୍ଷକ ଶ୍ରୀଯୁକ୍ତ ଛେଲିଆ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!